27.8 C
Bhubaneswar
Friday, April 19, 2024
Homeଓଡିଶାଦୁବାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା : ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ଦୁବାଇରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା : ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ଗଞ୍ଜାମ : ବିଦେଶରେ ଫସି ରହିଛନ୍ତି ଓଡ଼ିଆ ଯୁବକ । କରୋନା ମହାମାରୀର ଭୟ ଭିତରେ ଗାଁକୁ ଆସିବାକୁ ଚାହିଁଲେ ବି ଆସିପାରୁ ନାହାନ୍ତି । କାମ ଛାଡ଼ି ଦେଶକୁ ଫେରିବାକୁ ଚାହିଁଲେ ମିଳୁଛି ଅକଥନୀୟ ନିର୍ଯାତନା । ଗୋଟିଏ ବନ୍ଦ କୋଠରୀରେ ଓଡ଼ିଆ ଯୁବକଙ୍କୁ ବନ୍ଦ କରି ରଖାଯାଇଛି । ଦିନେ ନୁହ କି ଦୁଇ ଦିନ ନୁହେଁ ଗୋଟିଏ ବର୍ଷେ ହେବ ଏପରି ବନ୍ଦୀ ଜୀବନ କାଟୁଛନ୍ତି । ଜାଣିଶୁଣି ବିଭିନ୍ନ ମିଛ କେସରେ ଛନ୍ଦି ଯୁବକକୁ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ନିଜ ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛି ମା’ ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ଗାଁର ଭିକାରୀ ଚରଣ ପଣ୍ଡାଙ୍କ ସାନ ପୁଅ ବିଭୁଧେନ୍ଦ୍ର ପଣ୍ଡା । ପରିବାର ପୋଷଣ ପାଇଁ ସୁଦୂର ଦୁବାଇକୁ ଦାଦନ ଖଟିବାକୁ ଯାଇଥିଲେ । ଲୋକାଲ ଏଜେଣ୍ଟ ମାଧ୍ୟମରେ ୨୦୧୯ ମସିହା ସେପ୍େଟମ୍ବର ୧୭ ତାରିଖରେ ଦୁବାଇର ସାରଜା ଇଣ୍ଡଷ୍ଟ୍ରିଆଲ ଏରିଆ ସ୍ଥିତ ଅଲମଦିନା ଥମ୍ବିବା କାମ୍ପାନୀକୁ କାମ ପାଇଁ ଯାଇଥିଲେ । ଚୁକ୍ତିନାମା ଅନୁସାରେ ଦୁଇ ବର୍ଷ କାମ କରିବା ପରେ ଗାଁକୁ ଫେରିବେ । କିନ୍ତୁ ଚୁକ୍ତିନାମାର ସମୟ ସୀମା ଶେଷ ହେବା ସହ ଆଉ ଗୋଟିଏ ବର୍ଷ ବିତିଗଲାଣି । ହେଲେ ବିଭୁଧେନ୍ଦ୍ରଙ୍କୁ ଗାଁକୁ ଛାଡିବା ପରିବର୍ତ୍ତେ ଏବେ ସେଠାରେ ତାଙ୍କୁ ନିର୍ଯାତନା ଦେଉଥିବା କହି ପରିବାର ଲୋକ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ବିଭୁଧେନ୍ଦ୍ରଙ୍କୁ କିଛି ଦିନ ହେବ ଗୋଟିଏ ବନ୍ଦ କୋଠରୀରେ ବନ୍ଦ କରି ରଖିଛନ୍ତି । ଠିକରେ ଖାଇବାକୁ ଦିଆଯାଉ ନଥିବା ବେଳେ ପାରିଶ୍ରମିକ ବି ମିଳୁନି । ହେଲେ ସେଠାରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଓଡ଼ିଆ ଯୁବକ । ଦୀର୍ଘ ଦିନ ହେଲା ବନ୍ଦ କୋଠରୀ ରଖିଛି ମାଲିକ । କିଛିଦିନ ହେବ ପୁଅ ର ଫୋନ କଲ ନଆସିବାରୁ ପରିବାର ଲୋକେ ଦୁବାଇର ଅନ୍ୟ ସ୍ଥାନରେ ରହୁଥିବା ଜଣେ ଓଡ଼ିଆ ଯୁବକ ସହ ଯୋଗାଯୋଗ କରିବା ପରେ ଏକଥା ଜାଣିବାକୁ ପାଇଥିଲେ । ପରେ ପୁଅକୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗାଁରେ ବୃଦ୍ଧ ବାପା, ମାଆ ପୁଅକୁ ତିନିବର୍ଷ ହେବ ଦେଖିନାହାନ୍ତି, ପୁଅକୁ ଝୁରି ଝୁରି ତାର ଫେରିବା ବାଟକୁ ଚାହି ବସିଛନ୍ତି ମାଆ ଚନ୍ଦ୍ରକଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking