31.1 C
Bhubaneswar
Tuesday, April 23, 2024
Homeଓଡିଶାସିମେଣ୍ଟ କାରଖାନାରେ ବିସ୍ଫୋରଣ

ସିମେଣ୍ଟ କାରଖାନାରେ ବିସ୍ଫୋରଣ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଆଜି ବିସ୍ଫୋରଣ ଘଟିଛି । ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ ସିମେଣ୍ଟ କାରଖାନାରେ ଘଟିଛି । କାରଖାନାର ଲାଇନ୍-୩ର ବ୍ଲାଷ୍ଟଫର୍ଣ୍ଣେସରେ ବିସ୍ଫୋରଣ ଯୋଗୁଁ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ପ୍ରାୟ ୧୦ ବର୍ଷ ତଳେ ଓସିଏଲ୍ ଇଣ୍ଡିଆ ଲିମିଟେଡ କାରଖାନରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ସେହି ସମୟରେ କାରଖାନାର ଟନେଲ ଭିତରେ ପଡ଼ିଯାଇଥିଲେ ୩ ଜଣ ଶ୍ରମିକ । ଫଳରେ ଘଟଣାସ୍ଥଳରେ ହିଁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ , ରାଜଗାଙ୍ଗପୁରସ୍ଥିତ ଓସିଏଲ୍ ସିମେଣ୍ଟ କାରଖାନାରେ ଆଜି ସନ୍ଧ୍ୟା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ କାରଖାନାର ଲାଇନ୍-୩ର ବ୍ଲାଷ୍ଟଫର୍ଣ୍ଣେସରେ ମହିଳା ଶ୍ରମିକମାନେ କାମ କରୁଥିଲେ । ଲାଇନ୍-୩ ବ୍ଲାଷ୍ଟଫର୍ଣ୍ଣେସରେ ସକାଳ ୮ଟାରୁ ୮ ଜଣ ମହିଳା ଶ୍ରମିକ କାମ କରିବାକୁ ଯାଇଥିଲେ । ତେବେ ସନ୍ଧ୍ୟା ୫ଟାରେ କାରଖାନା ଭିତରୁ ୭ ଜଣ ମହିଳା ବାହାରି ଥିବା ବେଳେ ଆଉ ଜଣେ ମହିଳା ଆସି ନଥିଲେ । ସେ ଶ୍ୱାସରୁଦ୍ଧର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking