33.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରାତଃ ଭ୍ରମଣରେ ବାଜୁଛି ଅଶ୍ଳୀଳ ଗୀତ

ପ୍ରାତଃ ଭ୍ରମଣରେ ବାଜୁଛି ଅଶ୍ଳୀଳ ଗୀତ

ରାଉରକେଲା: କରୋନା ମହାମାରୀ ଯୋଗୁ ବିଗତ ବହୁ ଦିନ ହେଲା ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପାର୍କ ଗୁଡ଼ିକରେ ତାଲା ଝୁଲୁଛି । ଗୋଟିଏ ପଟେ ଜିମ ଖୋଲି ସାରିଥିବା ବେଳେ, ଏପର୍ଯ୍ୟନ୍ତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପାର୍କ ଖୋଲିନାହିଁ । ଅପରପକ୍ଷରେ ରାଉରକେଲା ମହାନଗର ସମ୍ମୁଖ ନେତାଜୀ ପାର୍କର ସମ୍ମୁଖ ଗେଟ ବନ୍ଦ ରହିଛି । ମାତ୍ର କୋଭିଡ଼ କଟକଣାକୁ ନମାନି ଅନେକ ବ୍ୟକ୍ତି(ମହିଳା ଓ ପୁରୁଷ) ପଛପାଖ ଗଳାବାଟ ଦେଇ ପାର୍କ ମଧ୍ୟରେ ପ୍ରବେଶ କରି ପ୍ରାତଃ ଓ ସାଂଧ୍ୟ ଭ୍ରମଣ କରୁଥିବା ଦୃଷ୍ଟିଗୋଚର ହେଉଛି । ସେହିପରି ସାରନଗରୀ ଅନ୍ତର୍ଗତ ପୁଷ୍ପା ପାର୍କ ବନ୍ଦ ରହିଥିବା ବେଳେ, ପ୍ରାତଃ ସମୟରେ ସାରନଗରୀ ସମେତ ଆଖପାଖ ଅଂଚଳ ଯଥା ନବକୃଷ୍ଣନଗର, ବାଲିଯୋଡ଼ି, ଜଲଦା ଅଂଚଳରୁ ଲୋକମାନେ ରାସ୍ତାରେ ଚାଲିବା ଅବା ଦୌଡ଼ି କସରତ କରିବା ପ୍ରତିଦିନ ଦେଖିବାକୁ ମିଳୁଛି । ପ୍ରାତଃ ଭ୍ରମଣ ସମୟରେ ଅମାନିଆ ଯୁବ ପିଢୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଯୁବ ପିଢୀ ମାନେ ରାସ୍ତାରେ ଯିବା ସମୟରେ ହାତରେ ମିନି ସାଉଣ୍ଡ ସ୍ପିକର ଧରି ଚାଲୁଛନ୍ତି । ଯୁବତୀ ମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ପ୍ରକାର ଅଶ୍ଳୀଳ ତଥା ଦ୍ୱି-ଅର୍ଥବୋଧକ ସଙ୍ଗୀତ ବଜାଇବା ଦ୍ୱାରା ପ୍ରାତଃ ଭ୍ରମଣ କରୁଥିବା ବହୁ ଲୋକ ମାନସିକ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଗତ ରବିବାର ପ୍ରାତଃ ସମୟରେ ଦୁଇ ଜଣ ଯୁବକ ଉଚ୍ଚ ସ୍ୱରରେ ସ୍ପିକରରେ ଗୀତ ବଜାଇ ଯାଉଥିବା ସମୟରେ ରାସ୍ତାରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ସେମାନଙ୍କୁ ତାଗିଦ କରିବାରୁ ଯୁବକ ଦ୍ୱୟ ସ୍ପିକର ବନ୍ଦ କରି ଦେଇଥିଲେ । ସାରନଗରୀ ରାଜରାସ୍ତାରେ ପ୍ରାତଃ ସମୟରେ ଭ୍ରମଣ କରିବା ସମୟରେ ଅନେକ ନାବାଳକ ଓ ନାବଳିକା ଅମାନିଆ ଭାବେ ଏଣେତେଣେ ଦୌଡ଼ିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଭୋର ୫ଟା ସମୟରେ ବିଭିନ୍ନ ଭାରୀଯାନ ଓ ଅଟୋ ଚଳାଚଳ କରୁଥିବାରୁ କେଉଁଦିନ ଯେ, ଏକ ବଡ଼ ଦୁର୍ଘଟଣା ଘଟିବ ସେ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଏପରିସ୍ଥଳେ ରାସ୍ତାରେ ପ୍ରାତଃ ଭ୍ରମଣ ସମୟରେ ସ୍ୱୟଂ ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଭାବେ ଜରୁରୀ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking