34.1 C
Bhubaneswar
Friday, March 29, 2024
Homeଓଡିଶାକ୍ଲବ ଦି ୟୁଥ ମାସ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ

କ୍ଲବ ଦି ୟୁଥ ମାସ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ

ଯାଜପୁର : କ୍ଲବ ଦି ୟୁଥ ମାସ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ ପାଇଁ ଦସ୍ତଖତଅଭିଯାନ ଶପଥ ପାଠ ଓ ପଦଯାତ୍ରା । ଯାଜପୁର ଜିଲ୍ଲାରେ କରୋନା ମହାମାରୀକୁ ଲୋପ କରିବା ପାଇଁ କ୍ଳବ ଦି ୟୁଥ ମାସ ଅଭିନବ ପନ୍ଥା ପକ୍ଷଥେଇ ନେଇଛି । ଲୋକ ମାନଂକୁ ସଚେତନ କରିବା ପାଇଁ ଦସ୍ତଖତ ସଂଗହ, ଶପଥ ପାଠ ଓ ପଦଯାତ୍ରା ମାନ କାର‌୍ୟ୍ୟକ୍ରମ ମାନ ଆପଣେହିଛି । କରୋନା ମହାମାରୀରେ ଆଜି ସାରା ବିଶ୍ବ ଆତଙ୍କିତ ହୋଇଛି ସାରା ବିଶ୍ବରୁ କୋଟିଏରୁ ଉର୍ଦ୍ଧ୍ ଲୋକଙ୍କ ପ୍ରାଣ ଯାଇ ସାରିଛି । ଏ ଏହି କରୋନା ପୁନର୍ବାର ଦୂତିୟ ପର୍ଯ୍ୟକ୍ରମ ଆରମ୍ଭ ହେଲାଣି ପୁନର୍ବାର ଜନଜୀବନ ଯାଇ ପାରେ ଏହି ସଂକ୍ରମଣକୁ ରୋକ୍ ଦେବା ପାଇଁ ଓ କରୋନା ହଟାଇବା ପାଇଁ ଏହି ସଂକ୍ରମଣ ପୁନର୍ବାର ହେବା ପୂର୍ବରୁ କ୍ଲବ୍ ଦି ୟୁଥ୍ ମାସ ଏକ ଅଭିନବ ପଦକ୍ଷେପ ନେଇଛି । କ୍ଲବ୍ର ସମ୍ପାଦକ ରାଜେଶ୍ କୁମାର ରାଉତଙ୍କ ଦ୍ଵାରା ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇ ଦସ୍ତଖତ ଅଭିଯାନ,ସପଥ ପାଠ, ପଦଯାତ୍ରା ମାନ ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇ କରୋନାକୁ ହରାଇବା ପାଇଁ ଏହି ପ୍ରୟାସ ଆଜି ଠାରୁ ଆରମ୍ଭ କରିଛି। । କ୍ଲବ ଦି ୟୁଥ୍ ମାସ ତରଫରୁ ସ୍ଥାନୀୟ ଯାଜପୁର ରୋଡ ମେଡିକାଲ୍ ରେ ଏକ ସ୍ୱଚ୍ଛତା ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଆଜି କାର୍ଯ୍ୟକ୍ରମ ପ୍ରଥମରୁ ଏକ ସଚେତନତା ରାଲି ସହର ପରିକ୍ରମା ହୋଇ ମେଡିକାଲ୍ ପରିସର ରେ ପହଞ୍ଚିବା ପରେ ସଫେଇ କାର‌୍ୟ୍ୟକ୍ରମ କରାଗଲା ଓ ଯାଜପୁରର ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କୁ ନେଇ ଏକ କରୋନା ଓ ସ୍ୱଚ୍ଛତା ପାଇଁ ଏକ ଶପଥ ପାଠ କରାଗଲା ଓ ଶେଷରେ ଉପସ୍ଥିତ ଥିବା ଆଜିର ଅତିତିଥି ଚିନ୍ତାମଣି ପାଢ଼ୀ,ସୁଜିତ୍ ମଲିକ, ହର୍ଷ ବର୍ଦ୍ଧନ ବେହେରା,ପ୍ରକାଶ ରାଉତ,ଜ୍ଞାନ ରଞ୍ଜନ ଓଝା,ଶରତ ପୋଥାଳ ସମସ୍ତ ମାନ୍ୟଗନ୍ୟ ଅତିଥି ମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ କରୋନା ଓ ସ୍ୱଚ୍ଛତା ସଚେତନତା ବାର୍ତ୍ତା ମାନ ଏକ ଦସ୍ତଖତ୍ ଅଭିଯାନ କରା ଯାଇଥିଲା ଓ ଏହାପରେ ଉପସ୍ଥିତ ସମସ୍ତ ସମାଜ ସେବୀ ସଙ୍ଗଠନରୁ ଆସିଥିବା ସଭ୍ୟ ମାନଙ୍କ ଦ୍ଵାରା ଦସ୍ତ୍ଖତ୍ ମାନ କରାଯାଇଥିଲା ଆଗାମୀ ଦିନରେ ଏହି ଅଭିଯାନ ପ୍ରତି ଗ୍ରାମରୁ ସହର ସବୁଠି ଏହି ସଚେତନତା କାର୍ଯ୍ୟକ୍ରମ କରି କରୋନାକୁ ହରାଇବା ସହ ଏହି ମାନବ ସମାଜ ବିଜୟ ହାସଲ କରିବ ଏହା ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି କ୍ଲବ୍ ଦି ୟୁଥ୍ ମାସର ସଭାପତି ପ୍ରକାଶ ଜେନା, ଓ କ୍ଲବ୍ର ସମସ୍ତ ସଦସ୍ୟ ବୃନ୍ଦ । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସଙ୍ଗଠନ ମାନେ ହେଲେ, ସପୋଟିଭ ହ୍ୟାଣ୍ଡ, କଳିଙ୍ଗ ସମାଜ ଟ୍ରଷ୍ଟ, ଜନତା ସେବା ସମିତି, ହେଲ୍ପିଁ ଆଇ,ସ୍ମାଇଲ ଫାଉଣ୍ଡେସନ, ଜଗନ୍ନାଥ ସେବା ସମିତି, ବିଶ୍ୱଜୟ ଫାଉଣ୍ଡେସନ, ରୋଟ୍ରାକ୍ଟ କ୍ଲବ୍, ଶିବାନନ୍ଦ କ୍ଲବ୍, ସନ୍ ରାଇଜ କ୍ଲବ ଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଭ୍ୟ ମାନେ ହେଲେ ,ସନ୍ତୋଷ ରାଉତ,ଅଜିତ୍ ପରିଡ଼ା,ଉତ୍କଳ ଜେନା,ସୁଶାନ୍ତ ରାଉତ, ଅଶ୍ଵନି ଦାସ, ତବିନ ସାମଲ, ଅସିତ୍ ଦାସ, ଯଜ୍ଞଦତ ତ୍ରିପାଠୀ,ରଘୁନାଥ ପାତ୍ର, ସମରେନ୍ଦ୍ର ବେହେରା,ବିଶ୍ୱଜିତ୍ ଦାସ,ପୀତବାସ ପାତ୍ର, ଅଭିରାମ ଦାସ,ସୁରେଶ ହୋତା, ବିଭାଶ ସାହୁ, ସୁଜିତ୍ ପାଣିଗ୍ରାହି ,ସୁନିଲ ପାତ୍ର,ରାମ୍ କୁମାର,ସିଦ୍ଧାର୍ଥ ନାୟକ, ସୌମ୍ୟ ସାହୁ,ଆଶୁତୋଷ ବଳ,ଅଜିତ୍ ଘଡାଇ,ଅଭିଷେକ ପହି,କାହୁଁ ଚରଣ ସାହୁ,ସାଗର ଖୁଣ୍ଟିଆ, ଯୋତି ରଞ୍ଜନ ପରିଡ଼ା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking