39.8 C
Bhubaneswar
Thursday, April 18, 2024
Homeଓଡିଶାଯାଜପୁର ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ...

ଯାଜପୁର ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ ଅନୁଷ୍ଠିତ

ଯାଜପୁର  : ଯାଜପୁର ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ଅକ୍ଷୟ ବଳ ନିର୍ବାଚିତ ପ୍ରତିନିଧିଙ୍କର ନାମ ଘୋଷଣା କରିବା ସହ ଶପଥ ପାଠ କରାଇଥିଲେ । ସଭାପତି ଭାବେ ପ୍ରବୀର ରାୟ, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଉପସଭାପତି ମାନଗୋବିନ୍ଦ ଧଳ, ସହ ସମ୍ପାଦକ ଅନନ୍ତ ବାସୁଦେବ ଦାସ, କୋଷାଧ୍ୟକ୍ଷ ଦିଲ୍ଲୀପ ସାମଲ ପ୍ରମୁଖ ନିର୍ବାଚିତ ପ୍ରତିନିଧିଙ୍କୁ ନିର୍ବାଚନ ଅଧିକାରୀ ଶପଥ ପାଠ କରାଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ନିୟମ ପାଳନ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking