39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦୁଷ୍କର୍ମ ଅଭିଯୋଗରେ ଓଏଏସ ଅଧିକାରୀଙ୍କ ଶ୍ୱଶୁର ଗିରଫ

ଦୁଷ୍କର୍ମ ଅଭିଯୋଗରେ ଓଏଏସ ଅଧିକାରୀଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର : ବାଲିଚନ୍ଦ୍ରପୁର ଅଞ୍ଚଳର ଥାନା ନାନପୁର ଗ୍ରାମରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିବା ଘଟଣାରେ ଓଏଏସ ଅଫିସରଙ୍କ ଶ୍ୱଶୁରଙ୍କୁ ଗିରଫ କରିଛି ଯାଯପୁର ପୋଲିସ । ଦୁଷ୍କର୍ମ ଅଭିଯୋଗ ଆସିବା ପରେ ନିଜର ଅସୁସ୍ଥତା ଦର୍ଶାଇ ଅଭିଯୁକ୍ତ ଜଣକ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ତେବେ ଡ଼ାକ୍ତରଖାନରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ପୋଲିସ ଗିରଫ କରିଛି । ଯାଜପୁର ଡ଼ିଏସପିଙ୍କ ସୂଚନା ଅନୂସାରେ ଜଣେ ନାବଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲ । ନାବାଳିକା ଜଣଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ରହୁଥିଲେ । ଓ କାମ କରିବା ପାଇଁ ଜଣେ ଓଏଏସଙ୍କ ଘରକୁ ଯାଉଥିଲେ । ସେଠାରେ ରହୁଥିବା ଓଏଏସଙ୍କ ଶ୍ୱଶୁରଙ୍କ ଖରାପ ଦୃଷ୍ଟି ଝିଅଟି ଉପରେ ପଡ଼ିଥିଲା । ପରେ ବିଭିନ୍ନ ପ୍ରଲେଭନ ଦେଖାଇବା ସହ ଓମକ ଚମକ କରି ଶାରୀରିକ ସଂମ୍ପର୍କ ରଖିବାକୁ ମଧ୍ୟ କରିଥିଲ । ବାରମ୍ବାର ଦୁଷ୍କର୍ମ ପରେ ଝିଅଟି ଗର୍ଭପତୀ ହୋଇଥିବା ଜଣାପଡ଼ିଥିଲ । ଏହି ଘଟଣା ସାମନାକୁ ଆସିବା ପରେ ପରିବାର ଲୋକ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏକ ଟିମ ଗଠନ କରି ଖୋଳତାଡ଼ କରିଥିଲା । ତେବେ ମେଡ଼ିକାଲରୁ ଶ୍ୱଶୁରଙ୍କ ରିପୋର୍ଟ ଆସିବା ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking