29.1 C
Bhubaneswar
Wednesday, April 24, 2024
Homeଓଡିଶାବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପଦୋନ୍ନତି

ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୧୦ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କ ପଦୋନ୍ନତି କରିଛନ୍ତି ।ଓଡ଼ିଶା ପ୍ରାଶସନିକ ସେବାର ଅଧିକାରୀଙ୍କୁ ସୁପରିୟର ଆଡମେନିଷ୍ଟ୍ରେଟିଭ୍ ଗ୍ରେଡ(ଏସଏଜି)କୁ ଆଡହକ ଭିତ୍ତିରେ ପଦୋନ୍ନତି ଦେଇଛନ୍ତି । ପଦୋନ୍ନତି ପାଇଥିବା ୯ ଜଣ ଅଧିକାରୀ ବର୍ତ୍ତମାନ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛନ୍ତି ପଦୋନ୍ନତି ପାଇ ସେହି ସ୍ଥାନରେ କାମ କରିବେ । କେବଳ ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କୁ ପଦୋନ୍ନତି ସହିତ ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକ୍ସନ କର୍ପୋରେସନ୍ ଲିମିଟେଡର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।
ଅନ୍ୟ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ‘ଆହାର’ ଓଏସଡି କଲ୍ୟାଣ କୁମାର ରଥ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ନୃସିଂହଚରଣ ସ୍ବାଇଁ, ଯୁଗ୍ମ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ରାମାଦେବୀ ମହିଳା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ଶ୍ୟାମଳୀ ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଯୁଗ୍ମ ସଚିବ ମହେଶ୍ବର ପାଣିଗ୍ରାହୀ, ଷ୍ଟିଲ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାଳୀପ୍ରସନ୍ନ ମହାପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking