27.1 C
Bhubaneswar
Thursday, April 25, 2024
Homeଓଡିଶାଆୟୁଷ ନିର୍ଦ୍ଦେଶକଙ୍କୁ ଜାମିନ୍‌

ଆୟୁଷ ନିର୍ଦ୍ଦେଶକଙ୍କୁ ଜାମିନ୍‌

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ । ୧୦ ହଜାର ଟଙ୍କା ଓ ଦୁଇ ଜଣ ମୁଚାଲିଙ୍କ ପ୍ରତି ବଦଳରେ ତାଙ୍କୁ ଏହି ଜାମିନ ମିଳିଛି । ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଏହି ଓଏସଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା ମହିଳା ପୋଲିସ । ସେ ଜଣ ଯୁବତୀଙ୍କୁ ଅଶ୍ଳିଳ ମେସେଜ କରିବା ସହ ଭିଡିଓ ଚାଟ କରୁଥିଲେ । ଜୋର ଜବରଦସ୍ତ ଭାବେ ତାଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ସଂପୃକ୍ତ ଯୁବତୀ ଜଣକ ଅଭିଯୋଗ ଆଣିଥିଲେ । ପରେ ଉଭୟଙ୍କର ମୋବାଇଲ ଫୋନ ନେଇ ପୋଲିସ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଥିଲା । ହେଲେ ଏବେ ସେ ଜାମିନରେ ଆସିଥିବା ସୂଚନା ମିଳିଛି ।

ଭୁବନେଶ୍ୱରରେ ଆଜି ଆଉ ୧୪ ପଜିଟିଭ ଚିହ୍ନଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking