28.1 C
Bhubaneswar
Friday, March 29, 2024
Homeକରୋନାକରୋନା ଟିକା ନ ନେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ

କରୋନା ଟିକା ନ ନେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ

ବିହାର : ଦେଶରେ କରୋନା ଟିକାକରଣ ବିଷୟରେ ଲୋକଙ୍କୁ ନିରନ୍ତର ଭାବେ ଅବଗତ କରାଯାଉଅଛି । କିନ୍ତୁ ଏହି ପ୍ରକ୍ରିୟାରେ ଅକେକ ସ୍ଥାନରେ ଅବହେଳା ଏବଂ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି । ବିହାରର ଛପରା ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି , ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ଘଟଣାଟି ହେଉଛି ଜଣେ ନର୍ସ ଯୁବକଙ୍କୁ କରୋନା ଟିକା ଲୋଡ୍ ନକରି ଖାଲି ଛୁଞ୍ଚିରେ ଇଞ୍ଜେକ୍ସନ ଦେଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, କିନ୍ତୁ ଏହାକୁ ମାନବିକ ତ୍ରୁଟି ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ବିହାରର ଛପରା ବଡ଼ା ଇମାନବାଡା ଅଞ୍ଚଳର ୱାର୍ଡ ନମ୍ବର ୧ ରେ ଟିକା ଦେବା ଅଭିଯାନ ଚାଲିଥିଲା। ଲୋକମାନେ ବି ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବା ସହ କେହିକେହି ଟିକା ନେବା ସମୟରେ ଫଟୋ ଉଠାଉଥିଲେ ତ କେହି ଭିଡିଓ କରୁଥିଲେ। ଏହି କ୍ରମରେ ଜଣେ ଯୁବକ ବି ଟିକା ନେବାକୁ ପହଞ୍ଚିଥିଲେ। ସେ ଟିକା ନେଉଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଏହାର ଭିଡିଓ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ନର୍ସ ଜଣକ ଏତେ ଅନ୍ୟମନସ୍କ ଥିଲେ ଯେ, ଯୁବକଙ୍କୁ ଖାଲି ଛୁଞ୍ଚି ଫୋଡ଼ି ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରିଛନ୍ତି।

ଏହାର ଉତ୍ତର ୪୮ଘଣ୍ଟା ମଧ୍ୟରେ ଚନ୍ଦ୍ର କୁମାରୀଙ୍କୁ ଦେବାକୁ କୁହାଯାଇଛି। ନର୍ସଙ୍କ ଅବହେଳା ଯୋଗୁ ସେହି ଯୁବକକୁ ପ୍ରଥମ ଡୋଜ ପାଇଁ ପୁଣି ପୁଣି ଠାରେ ଡକାଯାଇଛି । ଏଥି ସହିତ ଯୁବକଙ୍କୁ ମଧ୍ୟ ତାଙ୍କ ଇଚ୍ଛା ଅନୁଯାୟୀ ଏକ ନୂତନ ତାରିଖ ବାଛିବା ପାଇଁ କୁହାଯାଇଥିଲା । ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଏହି ଭିଡିଓଟି ଭାଇରାଲ ହୋଇନଥା’ନ୍ତା, ତେବେ ବ୍ୟକ୍ତି ଜଣଙ୍କ ନିଶ୍ଚିନ୍ତ ହୋଇଥାଆନ୍ତେ କି, ସେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି ବୋଲି । ଏଠି ନର୍ସ ମାନେ ଏତେ ଖାମଖିଆଲି ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି । ଆଉ ନୀରିହ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking