30.1 C
Bhubaneswar
Wednesday, April 24, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧହାଇ ଆଲର୍ଟରେ ରୁଷ୍‌ର ପରମାଣୁ ଅସ୍ତ୍ରଶସ୍ତ୍ର

ହାଇ ଆଲର୍ଟରେ ରୁଷ୍‌ର ପରମାଣୁ ଅସ୍ତ୍ରଶସ୍ତ୍ର

ମସ୍କୋ: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ରବିବାର ସୁଦ୍ଧା ଚତୁର୍ଥ ଦିନରେ ପଦାର୍ପଣ କରିଛି । ରୁଷ୍ ସେନା ଇତିମଧ୍ୟରେ ୟୁକ୍ରେନ୍‌ର ଏକାଧିକ ସହରକୁ କବ୍‌ଜା କରିସାରିଥିବାବେଳେ ରାଜଧାନୀ କିଏଭ୍ କିନ୍ତୁ ସେମାନଙ୍କ ଦଖଲକୁ ଆସିପାରିନାହିଁ । ତେବେ ରବିବାର ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଦେଶରେ ଥିବା ସମସ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ଘାଟିକୁ ହାଇ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବର୍ତ୍ତମାନ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ବର୍ତ୍ତମାନ ରୁଷ୍ ବିରୋଧରେ ଶତ୍ରୁ ଭଳି ଆଚରଣ ପ୍ରଦର୍ଶନ କରୁଥିବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛୁ ବୋଲି ପୁଟିନ୍ କହିଛନ୍ତି । ସୂଚନାଯୋଗ୍ୟ ଆମେରିକା ପରେ ରୁଷ୍‌ରେ ବିଶ୍ୱର ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ଇତିମଧ୍ୟରେ ରୁଷ୍ ବିରୋଧରେ ଏକାଧିକ କଟକଣା ଲାଗୁ କରିଥିବାରୁ ପୁଟିନ୍ ଉତ୍ତ୍ୟକ୍ତ ହୋଇପଡିଛନ୍ତି । ଜାତୀୟ ଟେଲିଭିଜନରେ ଦେଶ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ପୁଟିନ୍ କହିଛନ୍ତି ଯେ ନାଟୋ ରାଷ୍ଟ୍ରଗୁଡିକ ରୁଷ୍ ବିରୋଧରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଉଛନ୍ତି । ତେଣୁ ସେମାନଙ୍କୁ ସତର୍କ କରାଇବାକୁ ପୁଟିନ୍ ରବିବାର ଦେଶର ପରମାଣୁ ଅସ୍ତ୍ରଗୁଡିକୁ ହାଇ ଆଲର୍ଟରେ ରଖିବାକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନାଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପରମାଣୁ ଅସ୍ତ୍ର ଦାୟିତ୍ୱରେ ଥିବା ଡେଟରେନ୍ସ ଫୋର୍ସ ବର୍ତ୍ତମାନ ସଜାଗ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking