16.1 C
Bhubaneswar
Friday, January 28, 2022
Homeଓଡିଶାଚିକିତ୍ସା ଜଗତରେ ପ୍ରଥମ ସ୍ପେନାଲ ଏଲ-୧ ଅସ୍ତ୍ରୋପଚାର ସଫଳ

ଚିକିତ୍ସା ଜଗତରେ ପ୍ରଥମ ସ୍ପେନାଲ ଏଲ-୧ ଅସ୍ତ୍ରୋପଚାର ସଫଳ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଇତିହାସ ରଚିଛନ୍ତି ସିନାପାଲି ନିବାସୀ ଡ. ବିପୁଳ ଗର୍ଗ । ନିଜ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ସ୍ପେନାଲ ଏଲ-୧ ଅସ୍ତ୍ରୋପଚାର କରି ଚିକିତ୍ସା ଜଗତ ପାଇଁ ସୃଷ୍ଟି କରିଛନ୍ତି ଏକ ମାଇଲ ଖୁଣ୍ଟ ।  ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁବହାରା ଗ୍ରାମର ୨୭ ବର୍ଷ ଯୁବକ ଲୋଚନ ବାରିକ ତିନି ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଦୁଇ ଗୋଡ଼ ହରାଇଥିଲେ । ଡ. ବିପୁଳ ଗର୍ଗଙ୍କ ପରାମର୍ଶ କ୍ରମେ ଏମ୍‌ଆର୍‌ଆଇ କରିଥିବା ବେଳେ ତାଙ୍କ ସ୍ପେନାଲ କର୍ଡର ଏଲ-୧ ହାଡ଼ ଭାଙ୍ଗିଯାଇ ମେରୁଦଣ୍ଡକୁ ଚାପି ଦେଇଥିଲା । ଏହି ଅସ୍ତ୍ରୋପଚାରରେ ଭାଙ୍ଗି ଯାଇଥିବା ହାଡ଼କୁ କାଢି ନୂତନ ହାଡ଼ ସ୍ଥାପନ କରାଯାଇଛି । ଡ. ବିପୁଳ ଗର୍ଗଙ୍କ ନେତୃତ୍ୱରେ ସହଯୋଗୀ ଡ. ଶୁଭ୍ରାଂଶୁ ନାୟକ, ଆନାସ୍ଥେସିଆ ବିଭାଗର ଡ. ସୁଧୀର ରଞ୍ଜନ ନାୟକ, ଭାର୍ଗବୀ ମଲ୍ଲିକ,  ଜଣେ କମ୍ପ୍ୟୁଟର ସହଯୋଗୀ ନନ୍ଦ କୁମାର ଡୋଙ୍ଗରୀ ଏବଂ ଜଣେ ନର୍ସ ହେମାଲତାଙ୍କ ଉପସ୍ଥିତିରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି । ଏହା ପୁଣି ସମ୍ପୂର୍ଣ୍ଣ ମାଗଣାରେ । ଫଳରେ  ଲୋଚନ ନୂତନ ଜୀବନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking