40.1 C
Bhubaneswar
Thursday, April 25, 2024
Homeଓଡିଶାଗ୍ରାମବାସୀ ପିଉଛନ୍ତି ପଥର କୋରଡ଼ ପାଣି

ଗ୍ରାମବାସୀ ପିଉଛନ୍ତି ପଥର କୋରଡ଼ ପାଣି

ନୂଆପଡ଼ା : ସରକାର ଯୋଜନା ଉପରେ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନ ସାଧାରଣଙ୍କୁ ସ୍ୱଚ୍ଛ ଓ ନିର୍ମଳ ପାଣି ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଲାଭଖୋର ଓ ଅସହଯୋଗ ମନୋବୃତ୍ତି ଯୋଗୁଁ ଜନସାଧାରଣ ସେହି ଯୋଜନାଗୁଡ଼ିକରୁ ଲାଭ ପାଇ ନ ପାରି ପଥର କୋରଡ଼ର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତ ଚିଚେର ଗ୍ରାମରେ ।

ଚିଚେର ଗ୍ରାମ ଖଡ଼ିଆଳ ସହରଠାରୁ ଚାରି କି.ମି ଦୂରରେ ଥାଇ ମଧ୍ୟ ପ୍ରତ୍ୟେକ ବର୍ଷ ପାଣି ସମସ୍ୟା ଦେଇ ଗତି କରେ । କାରଣ ଚିଚେର ଗ୍ରାମ ସମ୍ପୂର୍ଣ୍ଣ ପଥର ଚଟାଣ ଉପରେ ଅବସ୍ଥିତ । ଗ୍ରାମର ଯେଉଁଠାରେ ନଳକୂଳ ଖୋଲିଲେ ମଧ୍ୟ ସେଠାରୁ ଶତ ପ୍ରତିଶତ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଛି । ଫଳରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ସେହି ନଳକୂଅଗୁଡ଼ିକର ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଲାଲ ଛକି ଚିହ୍ନ ଦିଆଯାଇଛି । ଫ୍ଲୋରାଇଡ୍ ପାଣି ପିଇ ଏହି ଗ୍ରାମର ଲୋକମାନେ ବିଗତ କୋଡ଼ିଏ ବର୍ଷ ତଳେ ନାନାଦି ରୋଗର ଶିକାର ହୋଇଥିଲେ । ଚିଚେର ଗ୍ରାମବାସୀଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୨୦୦୦ ମସିହାରେ ଚିଚେର ଓ ତୋରଲି ଦୁଇଟି ଗ୍ରାମକୁ ଜଳ ଯୋଗାଣ ଯୋଜନାରେ ସାମିଲ କରି ୨୫ ଲକ୍ଷ ଟଙ୍କାର ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ହେଲେ ଖଡ଼ିଆଳ ଜଳ ଓ ପରିମଳ ବିଭାଗର ଭୁଲ ଯୋଜନା ଯୋଗୁଁ ଚିଚେର ଗ୍ରାମବାସୀ ପାଣି ପାଇପାରିଲେ ନାହିଁ ।

ବର୍ଷକୁ ଛଅ ମାସ ପାଣି ଯୋଗାଣ ହେଲେ ଛଅ ମାସ ପାଣି ଯୋଗାଣ ବନ୍ଦ ରହେ । ଚିଚେର ଗ୍ରାମକୁ ଜଳ ଯୋଗାଣ ଥାଇ ମଧ୍ୟ ପାଣି ପାଇ ନ ପାରିବାରୁ ୨୦୧୪ ମସିହାରେ ତୋରଲି ଠାରେ ୨୫ ଲକ୍ଷ ଟଙ୍କାର ଖର୍ଚ୍ଚ କରି ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭର ହେଡ ଟାଙ୍କି ତିଆରି କରି ନୂତନ ଭାବରେ ପାଣି ଯୋଗାଣର ବ୍ୟବସ୍ଥା ହେଲା । ସେହି ଯୋଜନା ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଫେଲ ମାରିଲା । ଅଧ କୋଟି ଟଙ୍କାର ଜଳ ଯୋଗାଣ ଯୋଜନା ଥାଇ ମଧ୍ୟ ନଥିଲା ପରି ପାଣି ସମସ୍ୟାରେ ଅଛନ୍ତି ଚିଚେର ଗ୍ରାମବାସୀ । ପିଇବା ପାଣିର ଅନ୍ୟ ବିକଳ୍ପ ନଥିବାରୁ ବର୍ଷ ବର୍ଷ ଧରି ସାତ ପର୍ଲିଆ ପାହାଡର ପାଦ ଦେଶରେ ବହୁଥିବା ଝରଣା ପାଣି ବର୍ଷା ମାସରେ ପିଉଥିବା ବେଳେ ଗ୍ରୀଷ୍ମଋତୁରେ ଝରଣା ପାଣି ଶୁଖିଯାଏ । ଗ୍ରୀଷ୍ମ ଋତୁରେ ସେହି ଝରଣା ବହୁଥିବା ନାଳରେ ଥିବା ଦୁଇରୁ ଚାରି ଫୁଟ ପଥର କୋରଡରୁ ବହୁ କଷ୍ଟରେ ପାଣି ସଂଗ୍ରହ କରି ପିଉଥିବା ନଜରକୁ ଆସିଛି । ସେହି ପଥର କୋରଡରୁ କମ୍ ପାଣି ବାହାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking