30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପାଳଗଦାରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଚାଷୀ

ପାଳଗଦାରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡ଼ା : କ୍ଷେତରେ ପଡ଼ିଥିବା ‘ନଡ଼ା ପୋଡ଼ିବାକୁ ଯାଇଥିଲେ। ହେଲେ ହଠାତ୍ ପାଳଗଦାରେ ନିଆଁ ଲାଗିଯିବାରୁ ଜିଅନ୍ତା ଜଳିଗଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ସିନାପାଲି ଗ୍ରାମର ନୀଳାମ୍ବର ମେହେର ଆଜି ଅପରାହ୍ଣ ସମୟରେ  ତାଙ୍କ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ହଠାତ୍ ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା। ଏଥିରେ ନୀଳାମ୍ବର ପୋଡ଼ି ଯାଇଥିଲେ। ଏନେଇ ଗ୍ରାମବାସୀ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ଏଏସ୍‌ଆଇ କେଶବ ମାଝୀ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking