30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏବେ ପୁଲିସ ବିଭାଗରେ ମହିଳା କର୍ମୀଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି

ଏବେ ପୁଲିସ ବିଭାଗରେ ମହିଳା କର୍ମୀଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ସାରା ଦେଶରେ ପୁଲିସ ବିଭାଗରେ ମହିଳା କର୍ମୀଙ୍କ ମୋଟ ସଂଖ୍ୟା ୩୩ ପ୍ରତିଶତ ପର୍ଯ୍ୟନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ବର୍ତମାନ ୧୦.୩୦ ପ୍ରତିଶତ ରହିଛି । ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଲୋକସଭାରେ ୧୦ ଅଗଷ୍ଟରେ ଦେଇଥିଲେ ଯେ, ସଶସ୍ତ୍ର ପୁଲିସ ସହିତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ପାଇଁ ମୋଟ ସ୍ୱୀକୃତ ପୁଲିସ କର୍ମୀ ଙ୍କ ସଂଖ୍ୟା ୨୬୨୩୨୨୫, ଯେଉଁଥିରେ ୫୩୧୭୩୭ ପଦ ଏବେ ଖାଲି ରହିଛି ।  ପୁଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ୧ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ପୁଲିସ ସଂଗଠନର ସଂଖ୍ୟା ଅନୁସାରେ ଏହା ଚିନ୍ତାର ବିଷୟ । ବିପିଆରଏଣ୍ଟଟି ପୂର୍ବରୁ ଏହି ସଂକେତ ଦେଇଥିଲେ ଯେ, ମହିଲା ପୁଲିସଙ୍କ ସଂଖ୍ୟା ଏବେ ବି କମ ରହିଛି । ରିପୋର୍ଟରେ କୁହାଯାଇଥିଲା ଯେ, ପୁଲିସ ବିଭାଗରେ ମହିଳାଙ୍କ ସଂଖ୍ୟା କମ ହେବା କାରଣରୁ ମହିଳା ଅପରାଧୀଙ୍କ ବିରୋଧରେ ଅପରାଧରୁ ବର୍ତିବା ପାଇଁ ଗୁରୁତର ଚ୍ୟାଲେଂଜ ସାମ୍ନାକୁ ଆସୁଛି । ଏତିପାଇଁ ମହିଳା ପୁଲିସ କର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ଜରୁରୀ । ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୁଲିସ ଭାରତ ସମ୍ବିଧାନର ସପ୍ତମ ଅନୁସୂଚୀର ସୂଚୀ ୨ରେ ଆସୁଥିବା ରାଜ୍ୟର ବିଷୟ ଓ ଲିଙ୍ଗ ସନ୍ତୁଳନରେ ସୁଧାର ସହିତ ଅଧିକ ମହିଳା ପୁଲିସ କର୍ମୀଙ୍କୁ କରିବା ମୁଖ୍ୟ ଭାବରେ ରାଜ୍ୟ ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ସରକାର ସମୟ ସମୟରେ ରାଜ୍ୟ ପୁଲିସ ବିଭାଗରେ ମହିଳା କର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଡଭାଇଜରୀ ଜାରି କରନ୍ତି । ସେଥିରେ କୁହାଯାଇଛି ଯେ, ପ୍ରତି ଥାନାରେ ଅତି କମରେ ୩ ଜଣ ମହିଳା ସବଇନ୍ସପେକ୍ଟର ଓ ୧୦ ମହିଳା ପୁଲିସ କନେଷ୍ଟବଲ ରହିବା ଦରକାର । ଯାହାଦ୍ୱାରା ୨୪ ଘଣ୍ଟା ମହିଳା ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇପାରିବ । ଏହା ଉପରେ  ଜମ୍ମୁ କଶ୍ମୀରର ପୂର୍ବତମ ଡିଜିପି ଅଶୋକ ପ୍ରସାଦ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ଆର୍ଥିକ ଅଭାବ ରହିଥାଏ । ଯେଉଁଥିପାଇଁ ସେ ମହିଳା କର୍ମୀଙ୍କ ସ୍ଥାନ ଖାଲି ହେବା ପରେ ବି ଭର୍ତି କରାନ୍ତି ନାହିଁ । ମେଟ୍ରୋ କିମ୍ବା ବଡ ସହରରେ ଆପଣଙ୍କୁ ଛୋଟ ସହରରେ କିମ୍ବା ଗ୍ରାମୀଣ ପୁଲିସ ଥାନାରେ ମହିଳା ପୁଲିସ କର୍ମୀଙ୍କ ପାଇଁ ଅଲଗା ଟଏଲେଟର ସୁବିଧା ନ ଦେଖିବାକୁ ମିଳେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking