39.1 C
Bhubaneswar
Tuesday, April 23, 2024
Homeଓଡିଶାପୋଷ୍ଟ ଅଫିସରେ ମିଳିବ ବ୍ୟାଙ୍କ୍ ସେବା

ପୋଷ୍ଟ ଅଫିସରେ ମିଳିବ ବ୍ୟାଙ୍କ୍ ସେବା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍ । ଏପରି ସ୍ଥିତିରେ ଓଡ଼ିଶା ପୋଷ୍ଟାଲ ସର୍କଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା ହୋଇଛି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସୁବାସ ଚନ୍ଦ୍ର ବର୍ମା ।
ଶ୍ରୀ ବର୍ମା କହିଛନ୍ତି ଯେ, ଅଧାରଲିଙ୍କ୍ ଥିବା ସବୁ ବ୍ୟାଙ୍କ ଆକାଉଣ୍ଟଧାରୀ ଟଙ୍କା ଉଠାଇ ପାରିବେ । ତେବେ ଗତ ସପ୍ତାହରେ ୭ହଜାରରୁ ଅଧିକ ଟ୍ରାନ୍ସାଜସନରେ ଲୋକେ ୨.୪୫କୋଟି ଟଙ୍କା ପୋଷ୍ଟାଲ ଏଟିଏମରୁ ଉଠାଇଛନ୍ତି । ସେହିଭଳି ଆଧାର ଏନେବଲ୍ଡ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ପ୍ରାୟ ୫ହଜାର ଆକାଉଣ୍ଟରୁ ୩.୪୫କୋଟି ଟଙ୍କାର ଉଠାଣ ହୋଇଥିଲା । ଟଙ୍କା ଉଠାଣ ସେବା ସହ ଗରିବ ଲୋକଙ୍କୁ ମନି ଅର୍ଡର, ମାସ୍କ, ଗ୍ଲୋଭସ, ସାନିଟାଇଜର ଭଳି ପିପିଇ ଡେଲିଭରୀ କରିବା ସହ ଖାଦ୍ୟ ପହଞ୍ଚାଇବା ଭଳି ଦାୟିତ୍ୱ ବହନ କରିଛି । ସାଧାରଣ ଲୋକଙ୍କୁ ଯେଭଳି କିଛି ଅସୁବିଧା ନହୁଏ ସେଥିଲାଗି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ପୋଷ୍ଟ ଅଫିସ ଅଧିକାରୀଙ୍କ ସହ ଆଲୋଚନାକରି ଏହି ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ପରାମର୍ଶ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking