32.1 C
Bhubaneswar
Thursday, March 28, 2024
Homeଅପରାଧକୁଖ୍ୟାତ ଚୋର ତପୁ ଗିରଫ

କୁଖ୍ୟାତ ଚୋର ତପୁ ଗିରଫ

ଭୁବନେଶ୍ୱର: ଏୟାରପୋର୍ଟ ଥାନା ପୁଲିସ ସୋମବାର ଜଣେ ପେସାଦାର ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜମକ ହେଲେ ଭୀମଟାଙ୍ଗୀ, ଫେଜ୍‌-୨ରେ ରହୁଥିବା ଗଞ୍ଜାମର ତପୁ ଓରଫ୍ ସୁଶାନ୍ତ ମହାରଣା(୨୩) । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଗତ ୨୦୨୧ ଅଗଷ୍ଟ୨୬ ତାରିଖରେ ଅଭିଯୋଗକାରୀଙ୍କ ଘର କାମ ଚାଲିଥିବା ସମୟରେ କେହି ଦୁର୍ବୃତ ଘଟଣାସ୍ଥଳରୁ ଦୁଇଟି ମୋବାଇଲ ଫୋନ, ଗୋଟିଏ କଟର ମେସିନ ଏବଂ ବ୍ୟାଗ ଚୋରୀ କରି ନେଇଯାଉଥିବା ସମୟରେ ଜଣେ ଅପରାଧୀଙ୍କୁ ଲୋକେ କାବୁ କରିଥିଲେ । ପରେ ଏୟାରପୋର୍ଟ ଥାନାରେ ଅଭିଯାଗ କରିଥିଲେ । ସେହି ଅଭିଯୋଗକୁ ଭିତି କରି ଏୟାରପୋର୍ଟ ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିକାଶ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ସୁଶାନ୍ତ ମହାରଣା ଫେରାର ହୋଇଯାଇଥିଲା ।

ଏୟାରପୋର୍ଟ ପୁଲିସ ସୁଶାନ୍ତକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଜାରି ରଖିଥିବା ସମୟରେ ଗତ ରବିବାର ରାତି ପ୍ରାୟ ୯ଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ଅଭିଯୁକ୍ତ ସୁଶାନ୍ତ ମହାରାଣା ସୁନ୍ଦରପଦା ହାଟରେ ବୁଲୁଛି । ସୂଚନା ପାଇବା ପରେ ଏୟାରଫିଲ ପୁଲିସ  ଅଭିଯୁକ୍ତ ସୁଶାନ୍ତକୁ କାବୁ କରିଥିଲେ । ପଚରାଉଚରା ବେଳେ ସେ ନିଜ ଦୋଷ ସ୍ୱୀକାର କରି ଫୋନ ଦୁଇଟିକୁ ଅଜ୍ଞାତ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବାର ସ୍ୱୀକାର କରିଥିଲା ।

ଉଲ୍ଲେଖଯୋଗ୍ୟ,  ଅଭିଯୁକ୍ତ ତପୁ ଓରଫ ସୁଶାନ୍ତ ମହାରଣା ଜଣେ ଅଭ୍ୟାସଗତ ଅପରାଧୀ ଓ ନିଶାଖୋର ବ୍ୟକ୍ତି । ସେ କ୍ୟାପିଟାଲ, ନୟାପଲ୍ଲୀ, ଖଣ୍ଡଗିରି, ଧଉଳି, ମଞ୍ଚେଶ୍ୱର, ଏୟାରପୋର୍ଟ, ଶହୀଦନଗର ତଥା ଏୟାରଫିଲ୍ଡ ଥାନାରେ ୧ଟି ଲେଖାଏଁ ମାମଲାରେ ଅନ୍ତର୍ଭୁକ୍ତ ଅଛି । ସେ ଭୁବନେଶ୍ୱରରେ ଚୋରୀ ତଥା ଛିନତାଇ ମାମଲାରେ ବହୁ ଥର ଜେଲ୍ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking