34.1 C
Bhubaneswar
Friday, March 29, 2024
Homeଓଡିଶାବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ

ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତି ବିବାଦ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଦିଆଯାଇଛି । ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବେ ବର୍ଷା । ତେବେ ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା ଅଭିଯୋଗ ଶୁଣିଛନ୍ତି କୋର୍ଟ । ଅଭିଯୋଗରେ ତଥ୍ୟ ପ୍ରମାଣ ଥିବା ନେଇ କୋର୍ଟରେ ଦର୍ଶାଗଲା ବୋଲି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଯେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଛାଡ଼ପତ୍ର ମାମଲା ରୁଜ୍ଜୁ କରିଛନ୍ତି । ନିଜ ପିଟିସନରେ ସେ ବର୍ଷାଙ୍କ ବିରୋଧରେ ଅନେକ ସଂଗୀନ ଅଭିଯୋଗ ଆଣିଛନ୍ତି । ବର୍ଷା ଶାରିରୀକ ସଂପର୍କ ପାଇଁ ରାଜି ହେଉନଥିଲେ । ଅଧିକାଂଶ ସମୟ ନିଜ ଶାଶୁ ଘରେ ନରହି ବାପଘରେ ରହୁଥିଲେ ଓ ଏହାକୁ ନେଇ ଅଧିକାଂଶ ସମୟ ତାଙ୍କ ସହ ଝଗଡ଼ା କରୁଥିଲେ ବୋଲି ଅନୁଭବ ନିଜ ପିଟିସନରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking