26.1 C
Bhubaneswar
Monday, December 11, 2023
Homeଦେଶ ବିଦେଶକୌଣସି ଦଳକୁ ହାଲ୍‌କା ଭାବେ ନେଉନାହୁଁ: ହରମନପ୍ରୀତ୍‌

କୌଣସି ଦଳକୁ ହାଲ୍‌କା ଭାବେ ନେଉନାହୁଁ: ହରମନପ୍ରୀତ୍‌

ନୂଆଦିଲ୍ଲୀ: ଚଳିତ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ମ୍ୟାଚ୍ ଶୁକ୍ରବାର ଉଜ୍‌ବେକିସ୍ତାନ ବିପକ୍ଷରେ ରହିଛି । ଏହି ମ୍ରଶଚ୍ ପୂର୍ବରୁ ଭାରତର ଅଧିନାୟକ ହରମନପ୍ରୀତ୍ ସିଂ କହିଛନ୍ତି କି, ଚାମ୍ପିଅନ୍‌ଶିପ୍‌ରେ ଭାରତ କୌଣସି ଦଳକୁ ଦୁର୍ବଳ ମନେକରୁନାହିଁ କି କୌଣସି ଦଳକୁ ହାଲକା ଭାବେ ଗ୍ରହଣ କରୁନାହିଁ । ପ୍ରତି ମ୍ୟାଚ୍ ଆମପାଇଁ ଗୁରୁତ୍ୱପୂର୍ଣ୍ଣ । ଚାମ୍ପିଅନ୍‌ଶିପ୍‌ରେ ଅପରାଜେୟ ରହିବା ଆମର ପ୍ରଥମ ଲକ୍ଷ୍ୟ ରହିବ । ଏସିଆନ୍ ଗେମ୍ସରେ ଭାରତ ପୁଲ୍ ଏ’ରେ ରହିଛି । ଏହି ପୁଲ୍‌ରେ ପାକିସ୍ତାନ, ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜ୍‌ବେକିସ୍ତାନ ରହିଛନ୍ତି ।

ଭାରତ ଏହି ଚାମ୍ପିଅନ୍‌ଶିପ୍ ଖେଳିବା ପୂର୍ବରୁ ଗତ ମାସରେ ଚେନ୍ନାଇଠାରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ ହୋଇଛି । ଏସିଆନ୍ ଗେମ୍ସ ପାଇଁ ଏହା ଆମପାଇଁ ଅଭ୍ୟାସ ରହିଥିଲା । ଏବେ ଯେଉଁଦଳଗୁଡିକ ବିପକ୍ଷରେ ଖେଳିବୁ ପୂର୍ବରୁ ସେମାନଙ୍କ ସହ ଖେଳିସାରିଛୁ । ଯାହାଦ୍ୱାରା ଆମେ ବିପକ୍ଷ ଦଳର ଓ ବିପକ୍ଷ ଦଳ ଆମ ମାନଙ୍କର ଦୁର୍ବଳତା ଜାଣିଛନ୍ତି । ସେଥିପାଇଁ ଏସିଆନ୍ ଚାମ୍ପିଅନ୍ ହୋଇଥିଲେ ମଧ୍ୟ କୌଣସି ଦଳ ବିରୋଧରେ ହାଲକା ମନୋଭବ ନେଇ ଖେଳିବାର ପ୍ରଶ୍ନହିଁ ନାହିଁ ବୋଲି ହରମନ୍‌ପ୍ରୀତ୍ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking