27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦିଲ୍ଲୀ ସିଏଏ ହିଂସା ପାଇଁ ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ

ଦିଲ୍ଲୀ ସିଏଏ ହିଂସା ପାଇଁ ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ସିଏଏ ହିଂସାକୁ ଦୃଷ୍ଟିରେ ରଖି ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ପରିବେଶ ଅନୁକୂଳ ନଥିବାରୁ ପରୀକ୍ଷା ସ୍ଥଗିତ ରଖାଯାଇଛି ।
ବାର୍ଷିକ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା । ସ୍ଥିତି ଅଣାୟତ ହେବା ପରେ ସିବିଏସଇ ବୋର୍ଡ ଉତ୍ତର-ପୂର୍ବ ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ସ୍ଥଗିତ ରଖିଥିଲା । ଫେବୃଆରୀ ୨୯ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏବେ ନୂଆ ପରୀକ୍ଷା ତାରିଖକୁ ଶୀଘ୍ର ଜଣାଇବ ବୋଲି ବୋର୍ଡ କହିଛି । ଉତ୍ତର-ପୂର୍ବ ଦିଲ୍ଲୀରେ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ନୂଆ ତାରିଖ ସିବିଏସଇ ବୋର୍ଡ ଘୋଷଣା କରିବ ବୋଲି ଜଣାପଡ଼ିଛି ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ମଧ୍ୟ ଦିଲ୍ଲୀର ପୂର୍ବ ଏବଂ ଉତ୍ତର-ପୂର୍ବ ଭାଗରେ ହିଂସା ହେତୁ ଫେବୃଆରୀ ୨୬ ଏବଂ ଫେବୃଆରୀ ୨୭ ରେ ଧାର୍ଯ୍ୟ ହୋଇଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ହେଲେ ମାର୍ଚ୍ଚ ୨ ରୁ ଦିଲ୍ଲୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କୌଣସି ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking