40.1 C
Bhubaneswar
Thursday, April 25, 2024
Homeଓଡିଶାଜୁଲାଇରେ ହୋଇଛି ସ୍ୱାଭାବିକ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ!

ଜୁଲାଇରେ ହୋଇଛି ସ୍ୱାଭାବିକ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ!

ଭୁବନେଶ୍ୱର : ରାଜ୍ୟରେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହେବା ଫଳରେ ଓ ୨ଟି ଲଘୁଚାପ ପ୍ରଭାବରେ ଜୁଲାଇରେ ଭଲ ବର୍ଷା ହୋଇଛି। ଜୁଲାଇରେ ଏଥର ୮% କମ୍‌ ବର୍ଷା ହୋଇଥିବା ‌ବେଳେ ଏହା ସ୍ବାଭାବିକ ପରିସରଭୁକ୍ତ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୧ ଜୁନ୍‌ରୁ ୩୧ ଜୁଲାଇ ମଧ୍ୟରେ ରାଜ୍ୟରେ ମୋଟ ୫୦୮.୧ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ୫୫୦.୭ ମିମି ତୁଳନାରେ ୮% କମ୍‌ ରହିଛି। ଅର୍ଥାତ ଚଳିତ ବର୍ଷ ଜୁଲାଇରେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି।

ଏଥିସହ ଅନ୍ୟ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ବାହାରି କୋ‌ମୋରିନ ଅଞ୍ଚଳ ଯାଏ ଲମ୍ବିଛି ଏବଂ ବାୟୁମଣ୍ଡଳରେ ୦.୯ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଛି। ପାଣିପାଗର ଏହିସବୁ ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟର ୪ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଭଦ୍ରକରେ ନିୟଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ୩୬୧.୨ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକଠାରୁ ୩୯% କମ୍‌। ଏଥିସହ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଯାଇଛି। ଅବଶିଷ୍ଟ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଯାଇଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଫଳରେ ଚଳିତ ଜୁଲାଇ ଚାଷ ପାଇଁ ଉପଯୋଗୀ ହୋଇପାରିଛି।

ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ରାଜ୍ୟରେ ଏବେ ମୌସୁମୀ ବିରତି ସ୍ଥିତି ଲାଗି ରହିଥିବା ବେଳେ ଗତ କିଛି ଦିନ ହେଲା ବର୍ଷାର ପ୍ରଭାବ କମିଛି। ଏଥିସହ ଦିନ ତାପମାତ୍ରା ବୃଦ୍ଧି ଓ ଉପକୂଳର ଉଚ୍ଚ ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରେ ଉଭୟ ଦିନ ଓ ରାତି ତାପମାତ୍ରା ଅନେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିଛି। ବର୍ତ୍ତମାନ ଭବାନୀପାଟଣାଠାରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୪.୪ ଡିଗ୍ରି ଅଧିକ ରହୁଥିବା ବେଳେ ସମ୍ବଲପୁରରେ ୩.୯ ଡିଗ୍ରି, ଭୁବନେଶ୍ବରରେ ୩.୮ ଡିଗ୍ରି, ଫୁଲବାଣୀରେ ୩.୭ ଡିଗ୍ରି, ଟିଟିଲାଗଡ଼ରେ ୩.୬ ଡିଗ୍ରି, ଚାନ୍ଦବାଲିରେ ୩.୪ ଡିଗ୍ରି ଓ କଟକରେ ୩.୧ ଡିଗ୍ରି ଲେଖାଏ ଦିନ ତାପମାତ୍ରା ଅଧିକ ରହିଛି। ମୌସୁମୀଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ଫିରୋଜପୁର, ରୋହତକ, ବାହରିଚ ଦେଇ ହିମାଳୟ ପାଦଦେଶ ଯାଏ ଲମ୍ବଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking