ପୁରୀ : ଅଣହିନ୍ଦୁଙ୍କୁ ରୋକିବେ ସେବାୟତ। ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ । ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ଜଗିବେ ୨ ଜଣ ପ୍ରତିହାରୀ ସେବକ। ପ୍ରଥମ ପର୍ଯ୍ୟାୟ ସକାଳ ଓ ସନ୍ଧ୍ୟାରେ ରହିବେ। ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ। ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାରଙ୍କ ପକ୍ଷରୁ ଏନେଇ ଶୁକ୍ରବାର ସୂଚନା ମିଳିଛି।