33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅର୍ଥନୀତିରେ ନୋବେଲ ଘୋଷଣା

ଅର୍ଥନୀତିରେ ନୋବେଲ ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ । ଡେଭିଡ କାର୍ଡ, ଜୋସୁଆ ଡି.ଆଙ୍ଗରିଷ୍ଟ, ଖାଇଡୋ ଡବ୍ଲୁ. ଇମ୍ବେନ୍ସ । ସେ ପୁରସ୍କାରର ଅଧା ପାଇବେ କାର୍ଡ । ବାକି ଅଧା ଅନ୍ୟ ଦୁଇ ଜଣ ପାଇବେ । ଏହା ପୂର୍ବରୁ ୮ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ଦୁଇ ଜଣ ସାମ୍ବାଦିକ ପାଇବା ନେଇ ଘୋଷଣା କରାଯାଇଥିଲା । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବା ନେଇ ସୂଚନା ମିଳିଥିଲା।

ସ୍ୱିଡିଶ ଏକାଡେମି କହିଛି, ‘ଚଳିତ ବର୍ଷ ପୁରସ୍କାର ବିଜେତା ଡେଭିଡ, ଜେଶୁଆ ଏବଂ ଗାଇଡୋ ଆମକୁ ମାର୍କେଟ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କେଉଁ କାରଣ ଏବଂ ପ୍ରଭାବ ବିଷୟରେ ନିଷ୍କର୍ଷ ବାହାରିପାରିବ ତାହା ଜଣାଇଛନ୍ତି। ତାଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆସିଛି।’

ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି। ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା । ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking