20.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଇରାନୀ ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର

ଇରାନୀ ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର

ଓସ୍‌ଲୋ : ମହିଳା ଉତ୍ପୀଡ଼ନ ବିରୋଧରେ ଲଢ଼େଇ ପାଇଁ ଇରାନର ମାନବାଧିକାରୀ କର୍ମୀ ନର୍ଗିସ୍ ମହମ୍ମଦିଙ୍କୁ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ମିଳିବ । ନରୱେର ନୋବେଲ୍ କମିଟି ଶୁକ୍ରବାର ଏହି ଘୋଷଣା କରିଛି । କମିଟି ପକ୍ଷରୁ ଏକ ବୟାନରେ କୁହାଯାଇଛି, ଇରାନ୍‌ରେ ମହିଳାଙ୍କ ଉତ୍ପୀଡ଼ନ ବିରୋଧରେ ଲଢ଼େଇ ସହିତ ସମସ୍ତଙ୍କ ମାନବାଧିକାର ଓ ସ୍ୱାଧୀନତା ପାଇଁ ତାଙ୍କ ଲଢ଼େଇକୁ ସ୍ୱୀକୃତି ଜଣାଇ ନର୍ଗିସ୍‌ଙ୍କୁ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ଜିତିବାରେ ୧୯ତମ ମହିଳା ନର୍ଗିସ୍ ମହମ୍ମଦି ଏବେ ଇରାନ୍ ରାଜଧାନୀ ତେହେରାନ୍‌ର ଏକ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି ।

ଇରାନର ଅଗ୍ରଣୀ ମାନବାଧିକାର କର୍ମକର୍ତ୍ତାଙ୍କ ମଧ୍ୟରେ ଅନ୍ୟତମ ନର୍ଗିସ୍‌ଙ୍କୁ ୧୩ ଥର ଗିରଫ କରାଯାଇଥିବା ବେଳେ ୫ ଥର ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ମୋଟ ୩୧ ବର୍ଷ ଜେଲ୍ ଓ ୧୫୪ ବେତପାହାର ଦଣ୍ଡ ଦିଆଯାଇଥିôବା ନୋବେଲ୍ ପୁରସ୍କାର ୱେବ୍‌ସାଇଟ୍‌ରେ କୁହାଯାଇଛି । ୱେବ୍‌ସାଇଟ୍‌ରେ କୁହାଯାଇଛି ନର୍ଗିସ୍ ମହମ୍ମଦି ଜଣେ ମହିଳା, ମାନବାଧିକାର ସମର୍ଥ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀ ।

ତାଙ୍କୁ ଚଳିତ ବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରି ନରୱେ ନୋବେଲ୍ କମିଟି ଇରାନରେ ମାନବାଧିକାର, ସ୍ୱାଧୀନତା ଏବଂ ଗଣତନ୍ତ୍ର ପାଇଁ ତାଙ୍କ ସାହସିକ ଲଢ଼େକୁ ସମ୍ମାନ ଜଣାଉଛି । ଆଲ୍‌ଫ୍ରେଡ୍ ନୋବେଲ୍‌ଙ୍କ ଜନ୍ମତିଥି ଡିସେମ୍ବର ୧୦ ତାରିଖରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ପୁରସ୍କାର ବାବଦରେ ୧୧ ମିଲିୟନ୍ ସ୍ୱିଡିସ୍ କ୍ରାଉନ୍ (ପ୍ରାୟ ୧ ମିଲିୟନ୍ ଡଲାର) ଅର୍ଥରାଶି ଏବଂ ମାନପତ୍ର ପ୍ରଦାନ କରାଯିବ । ନର୍ଗିସ୍ ୨୦୨୩ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଶିରୀନ୍ ଇବାଦୀଙ୍କ ଅଧ୍ୟକ୍ଷତାରେ ଥିବା ଏକ ଏନ୍‌ଜିଓ ଡିଫେଣ୍ଡର୍ସ ଅଫ୍ ହ୍ୟୁମାନ୍ ରାଇଟ୍ସ ସେଣ୍ଟର୍‌ର ଉପମୁଖ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking