40.1 C
Bhubaneswar
Wednesday, April 24, 2024
Homeଓଡିଶାଗଞ୍ଜାମ ଜିଲ୍ଲାରେ ଅଟକିବନି ଟ୍ରେନ

ଗଞ୍ଜାମ ଜିଲ୍ଲାରେ ଅଟକିବନି ଟ୍ରେନ

ଗଞ୍ଜାମ : ଏଥର ଜିଲ୍ଲାରେ କୌଣସି ଟ୍ରେନ୍ ରହିବ ନାହିଁ । ଜିଲ୍ଲାରେ କୌଣସି ବି ଷ୍ଟେସନରେ ପାସେଞ୍ଜର ଟ୍ରେନ୍ ଅଟକିବ ନାହିଁ । ଆସନ୍ତାକାଲି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶାନାମା ଯାଏଁ ଜିଲ୍ଲାରେ କୌଣସି ବି ଷ୍ଟେସନରେ ଟ୍ରେନ ଅଟକିବନି । ଆଜି ଗୋଟିଏ ଟ୍ରେନ ବାତିଲ ସହ ରେଳୱେ ଦ୍ୱାରା କଟକଣା ଜାରି କରାଯାଇଛି । ଆଜି ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଛି । ଏଥିସହ ଆଉ ଦୁଇଟି ଏକ୍ସପ୍ରେସ୍ ଟ୍ରେନର ଗଞ୍ଜାମ ଜିଲ୍ଲା ରହଣୀକୁ ମଧ୍ୟ ବାତିଲ କରାଯାଇଛି । ଭୁବନେଶ୍ୱର – ସିଏସ୍ ଟି ଓ ହାୱାଡ଼ା – ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ କୁ ବାତିଲ କରାଯାଇଛି । ଉଦ୍ଭୟ ସ୍ୱତନ୍ତ୍ର ଟ୍ରେନ ବାଲୁଗାଁ , ଛତ୍ରପୁର , ବ୍ରହ୍ମପୁରରେ ଅଟକିବନି ବୋଲି ସୂଚନା ମିଳିଛି ।
ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଟ୍ରେନ ରହଣୀ ଉପରେ କଟକଣା ଲାଗୁ କରାଯାଇଛି । ଏନେଇ ରାଜ୍ୟ ସରକାର ଚିଠି କରିଥିଲେ । ରାଜ୍ୟସରକାରଙ୍କ ପାଖରୁ ଚିଠି ପାଇବା ପରେ ପୂର୍ବତଟ ରେଳୱେ ତରଫରୁ ପଦକ୍ଷେପ ନିଆଯାଇଛି ।
ଆଜି ଜିଲ୍ଲାରୁ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ୧୭୨୭ ଜଣ ସୁସ୍ଥ ହୋଇଥିବା ବେଳେ ୧୦୮୨ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking