34.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗନୂଆ ଗାଡି କିଣିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ନୂଆ ଗାଡି କିଣିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଗାଡି କିଣିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଇନ୍ସୁରାନ୍ସ କମ୍ପାନୀ ଥାର୍ଡ ପାର୍ଟି ମୋଟର ଇନ୍ସୁରାନ୍ସରେ ବୃଦ୍ଧି କରିବେ ନାହିଁ । ମିଳିଥିବା ସୂଚନା ମୁତାବକ, କ୍ରମାଗତ ଦ୍ୱିତୀୟ ଥର ପାଇଁ ତୃତୀୟ ପାର୍ଟି ମୋଟର ଇନ୍ସୁରାନ୍ସରେ ବୃଦ୍ଧି ହେବ ନାହିଁ । ଏହାର ସିଧାସଳଖ ଫାଇଦା ସେହି ବ୍ୟକ୍ତିଙ୍କୁ ମିଳିବ, ଯିଏ ନୂଆ କାର୍‌, ସ୍କୁଟି କିମ୍ବା ନୂଆ ଗାଡି କିଣିବାକୁ ଯାଉଛନ୍ତି କିମ୍ବା ଇନ୍ସୁରାନ୍ସ ରିନ୍ୟୁ କରିବାକୁ ଚାହୁଁଛନ୍ତି । ଗତ ବର୍ଷ ଇନ୍ସୁରାନ୍ସ ରେଗୁଲେଟର ଆଇଆରଡିଏଆଇ ବୀମା କମ୍ପାନୀଙ୍କ ଠାରୁ ପ୍ରସ୍ତାବିତ ଦର ସୂତୀ ମାଗିଥିଲେ । ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ତୃତୀୟ ପାର୍ଟି ମୋଟର ଇନ୍ସୁରାନ୍ସ ପ୍ରିମିୟମରେ ୧୦ରୁ ୨୦ ପ୍ରତିଶତ ବୃଦ୍ଧି ର ପ୍ରସ୍ତାବ ରଖିଥିଲେ । ମାତ୍ର ମହାମାରୀ କରୋନା ପାଇଁ ଏହା ଲାଗୁ ହେଲା ନାହିଁ । ଆଇଆରଡିଏ ୧ ଏପ୍ରିଲ,୨୦୨୦ରୁ କାର ଓ ଦୁଇ ଚକିଆ ଯାନର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମରେ ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲା । ଇନସ୍ୟୁରାନ୍ସ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ପ୍ରସ୍ତାବ ଅନୁସାରେ, ୧୦୦୦ ସିସିରୁ କମ୍ ଇଂଜିନ କ୍ଷମତା ବିଶିଷ୍ଟ ଗାଡି ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ ୨୧୮୨ ଟଙ୍କା ନିଷ୍ପତ୍ତି ହୋଇଥିଲା । ଯାହା ବର୍ତମାନ ୨୦୭୨ ରହିଛି । ସେହିଭଳି ୧୦୦୦ରୁ ୧୫୦୦ ସିସି ଇଂଜିନ କ୍ଷମତା ବିଶିଷ୍ଟ ଯାନର ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ ବୃଦ୍ଧି କରାଯାଇ ୩୩୮୩ କରିବା ପାଇଁ ପ୍ରସ୍ତାବ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking