35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଭଙ୍ଗା ଦଦରା ଘରେ ରହୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ, ମିଳୁନି ଦିବ୍ୟାଙ୍ଗ ଭତ୍ତା

ଭଙ୍ଗା ଦଦରା ଘରେ ରହୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ, ମିଳୁନି ଦିବ୍ୟାଙ୍ଗ ଭତ୍ତା

ଝାରସୁଗୁଡା : ସରକାର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ ବହୁ କଲ୍ୟାଣକାରୀ ଯୋଜନା କରୁଛନ୍ତି । ଲୋକଙ୍କୁ ପକ୍କା ଘରଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଭତ୍ତା ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି । ହେଲେ ବାସ୍ତବରେ ତାହା ଅନକେ ଗରିବ ଅସହାୟ ଲୋକଙ୍କ ପାଖକୁ ପହଞ୍ଚି ପାରୁ ନାହିଁ । ଭଙ୍ଗାଘରେ ରହୁଥିବା ଲୋକଙ୍କୁ ଆବାସ ଘର ମିଳି ପାରୁ ନାହିଁ ତ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ରାଶି ମିଳୁ ନାହିଁ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜମଗାଁ ପଞ୍ଚାୟତ ଅନ୍ତର୍ଗତ ଜମଗାଁ ଗ୍ରାମରେ । ଗ୍ରାମର ସୁରନ୍ଦ୍ରେ ଗଡୁଆଲ(୪୦)ଙ୍କ ଚାରି ପ୍ରାଣୀ କୁଟୁମ୍ବ ଭଙ୍ଗା ଦଦରା ଘରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କୁ ପକ୍କା ଘରଟିଏ ମିଳିପାରୁ ନାହିଁ । ଅନ୍ୟପଟେ ସୁରେନ୍ଦ୍ର ଓ ତାଙ୍କ ପୁଅ ଶୁଭମ ଗଡୁଆଲ(୮) ଦିବ୍ୟାଙ୍ଗ ଅଟନ୍ତି । ୬ ମାସ ପୂର୍ବରୁ ସେମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦାନ କରି ଭତ୍ତା ଆବେଦନ କରିଥିଲେ । ହେଲେ ଆଜି ଯାଏଁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳି ନାହିଁ । ଫଳରେ ଅତି ଦୟନୀୟ ଅବସ୍ଥାରେ ସେମାନେ ଦିନ କାଟୁଥିବା ସୁରେନ୍ଦ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏକ ଅଜଣା ରୋଗରେ ୬ ବର୍ଷ ପୂର୍ବରୁ ତାଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଛି । ସେହିଦିନ ଠାରୁ ତାଙ୍କ ସ୍ତ୍ରୀ ଭୂମିସୂତା ଗଡୁଆଲ(୩୨) ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସ୍ତ୍ରୀର ରୋଜଗାର କେବଳ ଦି ଓଳି ଖାଇବାରେ ଶେଷ ହୋଇ ଯାଉଛି । ଫଳରେ ସେ ନିଜର ଏବଂ ତାଙ୍କ ପୁଅର ଚିକିତ୍ସା କରାଇ ପାରୁ ନାହାନ୍ତି । ଏହାସହ ଘର ଭାଙ୍ଗି ପଡିଥିଲେ ମଧ୍ୟ ସଜାଡି ପାରୁ ନାହାନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ମିଳୁଥିବା ପକ୍କା ଘର ଓ ଭତ୍ତା ରାଶି ସେମାନଙ୍କୁ ମିଳିଲେ କିଛି ମାତ୍ରାରେ ତାଙ୍କ ଦୁଃଖ ଦୂର ହେବ ବୋଲି ସୁରେନ୍ଦ୍ର କହିଛନ୍ତି । ଅନ୍ୟପଟେ ଏନେଇ ଜମଗାଁ ସରପଞ୍ଚ ବାସନ୍ତୀ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ସୁରେନ୍ଦ୍ର ଏବଂ ତାଙ୍କ ପୁଅଙ୍କ ଦିବ୍ୟାଙ୍ଗ ଭତ୍ତା ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରାଯାଇଛି । ଶୀଘ୍ର ସେମାନଙ୍କୁ ଭତ୍ତା ରାଶି ପ୍ରଦାନ କରାଯିବ । ସେହିପରି ତାଙ୍କର ଆବାସ ଯୋଜନା ପାଇଁ ମଧ୍ୟ ଆବେଦନ କରାଯଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking