34.1 C
Bhubaneswar
Friday, March 29, 2024
Homeଓଡିଶାଏଟିଏମରେ ନାହିଁ ସାନିଟାଇଜର,ହ୍ୟାଣ୍ଡ ୱାସ ଆଶଙ୍କାରେ ଗ୍ରାହକ 

ଏଟିଏମରେ ନାହିଁ ସାନିଟାଇଜର,ହ୍ୟାଣ୍ଡ ୱାସ ଆଶଙ୍କାରେ ଗ୍ରାହକ 

ଜଗତସିଂହପୁର: (ପ୍ରତାପ କୁମାର ସିଂହ ): କରୋନା ଭାଇରସ ସଂକ୍ରମଣରୁ ଜନସଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପ୍ରନ୍ଥା ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଏଟିଏମ ଗୁଡିକରେ ଟଙ୍କା ମହଜୁତ ରଖିବା ପାଇଁ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଯେଉଁମାନଙ୍କର ବ୍ୟାଙ୍କରେ ଟଙ୍କା ଜମା ରହିଛି, ସେମାନେ ବ୍ୟାଙ୍କ ଆଦିରେ ଭିଢ ନ ଜମାଇ ଏଟିଏମରୁ ଟଙ୍କା ଉଠାଇ ପାରିବେ । ଏପରିକି ଏଟିଏମ ବ୍ୟବହାର ସମୟରେ ଗ୍ରାହକମାନେ କରୋନା ଭାଇରସରେ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ଏଟିଏମ କାଉଂଟରରେ ସାନିଟାଇଜର ଓ ହ୍ୟାଣ୍ଡ ୱାସ ରଖିବାକୁ ବ୍ୟାଙ୍କ ଗୁଡିକ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଜଗତସିଂହପୁର ସହର ଅଧିନରେ ଥିବା ଏଟିଏମ କାଉଂଟର ଗୁଡିକରେ ସାନିଟାଇଜର ନଥିବା ଦେଖିବାକୁ ମିଳୁଛି । ଉକ୍ତ ଏଟିଏମ ଗୁଡିକରେ ସାନିଟାଇଜର ନଥିବାରୁ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ରହିଥିବା ଅଭିଯୋଗ ହେଉଛି । ସୂଚନା ଥାଉକି ଜଗତସିଂହପୁର ଅଂଚଳରେ ଥିବା ଗୋପାଳସାଗର ମାର୍କେଟଷ୍ଟେଟବ୍ୟାଙ୍କ,ବ୍ୟାଙ୍କ ଅଫ ଇଣ୍ଡିଆ,ସେଣ୍ଟ୍ରାଲ ବ୍ୟାଙ୍କ ପୁନଙ୍ଗ ଛକ ଡିସିବି ବ୍ୟାଙ୍କ,ୟୁନାଇଟେଡ଼ ବ୍ୟାଙ୍କ,ଆନ୍ଦ୍ରା ବ୍ୟାଙ୍କ,ଏକ୍ସିସ ବ୍ୟାଙ୍କ,ଆଇଡିବିଆଇ ବ୍ୟାଙ୍କ,ୟୁକୋ ବ୍ୟାଙ୍କ,ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ,ପଞ୍ଜାବନେସନାଲବ୍ୟାଙ୍କ,ସିଣ୍ଡିକେଟବ୍ୟାଙ୍କ,ଏଚଡ଼ିଏଫସିବ୍ୟାଙ୍କ,ଆଇସିସିଆଇ ବ୍ୟାଙ୍କ ଇତ୍ୟାଦି ପାଖାପାଖି ସହର ମଧ୍ୟରେ ୧୫ଟି ଏଟିଏମ କାଉଂଟର ରହିଛି ମାତ୍ର ଦୁର୍ଭାଗ୍ୟର ବିଷୟ ଏହିସବୁ ବ୍ୟାଙ୍କ ପକ୍ଷରୁ ଏହି ସବୁ ଏଟିଏମ କାଉଂଟରେ ଟଙ୍କା ମହଜୁତ ରହୁଥିଲେ ମଧ୍ୟ ସାନିଟାଇଜର କିମ୍ବା ହ୍ୟାଣ୍ଡ ୱାସ ରଖାଯାଇନାହିଁ ।କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ ଓ ହୁଣ୍ଡାଶୋରୁମ ପାଖ ଷ୍ଟେଟବ୍ୟାଙ୍କ ଏଟିଏମରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ଫଳରେ ଗ୍ରାହକ ମାନେ ବିନା ସାନିଟାଇଜରେ ଟଙ୍କା ଉଠାଉଥିବା ଦେଖାଯାଇଛି ।  ଜଗତସିଂହପୁର ସହର ମଧ୍ୟକୁ ଅନ୍ୟ ରାଜ୍ୟ ତଥା ଦେଶରୁ ବହୁ ସଂଖ୍ୟକ ଲୋକ ଫେରିଛନ୍ତି ଓ ଫେରୁଛନ୍ତି । ସେମାନଙ୍କ ମଧ୍ୟରୁ ଯଦି କେହି କରୋନାରେ ଆକ୍ରାନ୍ତ ହୋଇଥାନ୍ତି ତେବେ ଏହା ଅନ୍ୟ ଲୋକମାନଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ସବୁ ଏଟିଏମ କାଉଂଟର ଗୁଡିକରେ ସାନିଟାଇଜର ରଖିବାକୁ ସହରବାସୀ ଦାବି କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking