35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକାହାରିକୁ ଅସୀମିତ ସମୟ ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟ

କାହାରିକୁ ଅସୀମିତ ସମୟ ପର୍ଯ୍ୟନ୍ତ ଜେଲ୍‌ରେ ରଖାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ‘ଜେଲ୍ ନୁହେଁ ଜମାନତ’ ଉପରେ ଜୋର୍ ଦେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଆଧାରରେ କୌଣସି ବ୍ୟକ୍ତିଙ୍କୁ ଜେଲ୍‌ରେ ଅସୀମିତ ସମୟ ପର୍ଯ୍ୟନ୍ତ ରଖାଯାଇ ପାରିବ ନାହିଁ । ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମହମ୍ମଦ ଇନାମୁଲ୍ ହକ୍ ମାମଲାର ଶୁଣାଣି ଅବସରରେ ସୋମବାର ଏହି ଟିପ୍ପଣୀ କରିଛନ୍ତି । ସୀମାରେ ଜୀବଜନ୍ତୁଙ୍କ ଚୋରାଚାଲାଣ ମାମଲାରେ ଇନାମୁଲ୍‌ଙ୍କୁ ଗିରଫ କରାଯାଇଥିଲା ।

ଏହି ମାମଲାରେ ବିଏସ୍‌ଏଫ୍‌ର ଜଣେ କମାଣ୍ଡାଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅଭିଯୁକ୍ତ କମାଣ୍ଡାଣ୍ଟ ସୀମା ପାର ତସ୍କରୀରେ ସାମିଲ ଥିଲେ ଏବଂ ଏଥିରୁ ହେଉଥିବା ଆୟର କିଛି ଅଂଶ ରାଜନୈତିକ ପାର୍ଟିଙ୍କୁ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ୧୪ ମାସ ଧରି ଜେଲ୍‌ରେ ବନ୍ଦ ଥିବା ଇନାମୁଲ୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଇନାମୁଲ୍‌ଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ, ଅଭିଯୁକ୍ତ ବିଏସ୍‌ଏଫ୍ କମାଣ୍ଡାଣ୍ଟ୍ ଓ ଅନ୍ୟ ଅଭିଯୁକ୍ତଙ୍କୁୂ ଜାମିନ ମିଳିଥିବା ବେଳେ କୋଲ୍‌କାତା ହାଇକୋର୍ଟ ଇନାମୁଲ୍‌ଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ଏବଂ ଏହି ଅପରାଧରେ ସର୍ବାଧିକ ୭ ବର୍ଷ ଜେଲ୍‌ଦଣ୍ଡାଦେଶ ଥିବାବେଳେ ସେ ବର୍ଷେରୁ ଅଧିକ ସମୟ ଜେଲ୍‌ରେ କଟାଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking