34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଉ ଦେଖିବାକୁ ମିଳିବନି ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

ଆଉ ଦେଖିବାକୁ ମିଳିବନି ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା । ଦୀର୍ଘ ୨୦ ବର୍ଷ ଧରି ଖେଳି ଆସୁଥିବା ଝୁଲଣ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ରୋମାଞ୍ଚକର ଭାବେ ଜିତି ଝୁଲଣଙ୍କ ବିଦାୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଛି । ଲର୍ଡସରେ ଶେଷଥର ପାଇଁ ବ୍ୟାଟିଂ କରିବାକୁ ଆସିବା ବେଳେ ଝୁଲଣଙ୍କୁ ଇଂଲଣ୍ଡର ଖେଳାଳିମାନେ ଗାର୍ଡ ଅଫ ଅନର ଦେଇଥିଲେ । ଝୁଲଣ ଏହାକୁ ହାତ ହଲାଇ ସ୍ୱୀକାର କରିଥିଲେ ।

୨୦୦୭ ପରେ ଭାରତୀୟ ମହିଳା ଦଳ କେବଳ ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିବା ସହ ୩-୦ରେ ସିରିଜକୁ କ୍ଲିନ ସୁଇପ କରିଛି । ଶେଷ ମ୍ୟାଚରେ ଝୁଲଣ ୧୦ ଓଭର ବୋଲିଂ କରି ୩୦ ରନ ଦେବା ସହ ୨ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି । ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କାନ୍ଦି ପକାଇଥିଲେ । ମ୍ୟାଚ ପୂର୍ବରୁ ୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ମୋମେଣ୍ଟୋ ଦିଆଯାଇଥିଲା । ଝୁଲଣ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର । କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୫ ୱିକେଟ ଦଖଲ କରିଛନ୍ତି । ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking