30.1 C
Bhubaneswar
Wednesday, April 24, 2024
Homeଓଡିଶାଏବେ ନୋ ମାସ୍କ ନୋ ପେଟ୍ରୋଲ

ଏବେ ନୋ ମାସ୍କ ନୋ ପେଟ୍ରୋଲ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏବେ ସବୁ ଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଉଛନ୍ତି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ସରକାରଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣ କରିଛି । ସେଥିପାଇଁ ଏବେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ମାସ୍କ ନପିନ୍ଧିଲେ ସଉଡା, ପନିପରିବା, ଫଳ ମିଳିବନି ବୋଲି ନିର୍ଦ୍ଦେଶ ଦେବା ସହ ଏବେ ମାସ୍କ ନପିନ୍ଧିଲେ ପେଟ୍ରୋଲ ମଧ୍ୟ ମିଳିବନି ବୋଲି ସରକାର କଡା ଚେତାବନୀ ଦେଇଛନ୍ତି । ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ସରକାର କହିଛନ୍ତି । ଆଉ ଯଦି କୌଣସି ବ୍ୟକ୍ତି ସରକାରଙ୍କ କଥା ନମାନନ୍ତି ତେବେ ତେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହାଛଡା ଜରିମାନା ମଧ୍ୟ ଆଦାୟ କରାଯିବ ।
ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ମାସ୍କ ପିନ୍ଧା ନିୟମକୁ କଡାକଡ଼ି ଲାଗୁ କରିଛି ସଂଘ। ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ପେଟ୍ରୋଲ୍ ପମ୍ପ କର୍ମଚାରୀ ଓ ଗ୍ରାହକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking