40.1 C
Bhubaneswar
Thursday, April 25, 2024
Homeଓଡିଶାନୋ ମାସ୍କ ନୋ ଗ୍ରୋସରି

ନୋ ମାସ୍କ ନୋ ଗ୍ରୋସରି

ଭୁବନେଶ୍ୱର: ଏବେ ମୁହଁରେ ମାସ୍କ ନାହିଁ ତ ଗ୍ରୋସରି ନାହିଁ। ଖାଲି ଏତିକି ନୁହେଁ, ବରଂ ପନିପରିବା, ଫଳ କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳିବ ନାହିଁ , ଯଦି ଆପଣ ମୁହଁରେ ମାସ୍କ ନପିନ୍ଧନ୍ତି । ତେବେ ଗଞ୍ଜାମ ଜିଲ୍ଲାପାଳ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଆଜିଠୁ ଏହି ନିୟମ କଡାକଡି କରାଯାଇଛି । ଏଥିପାଇଁ ପ୍ରତ୍ୟକ ଦୋକାନୀ ସେମାନଙ୍କ ଦୋକାନ ଆଗରେ ଏକ ନାମ ଫଳକ ଲଗାଇବେ । ଯଦି କୌଣସି ଗ୍ରାହକ ମୁହଁରେ ମାସ୍କ ନପିନ୍ଧନ୍ତି ତେବେ ସେମାନଙ୍କୁ ଜିନିଷ ମିଲିବ ନାହିଁ ବୋଲି ଲେଖାଯିବ । ।ହାଦ୍ୱାରା ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଏହି ନିର୍ଦ୍ଦେଶ କାର‌୍ୟ୍ୟକାରୀ ହେଉଛି । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking