38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗ୧୫୦୦ ଟଙ୍କା ଲାଞ୍ଚ ଦେଇ ମଧ୍ୟ ବିଦ୍ୟୁତ କନେକସନ ପାଇ ପାରିଲେନି ବିପିଏଲ ପରିବାର

୧୫୦୦ ଟଙ୍କା ଲାଞ୍ଚ ଦେଇ ମଧ୍ୟ ବିଦ୍ୟୁତ କନେକସନ ପାଇ ପାରିଲେନି ବିପିଏଲ ପରିବାର

କେନ୍ଦୁଝର : ସମସ୍ତ ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ କନେକସନ ଯୋଗାଣ ନିମନ୍ତେ ଦିନଦୟାଲ ବିଦ୍ୟୁତ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ଯୋଜନା ର ସୁଫଳ ଲୋକଙ୍କ ପାଖରେ ଅପହଁଞ୍ଚ ହୋଇ ପଡିଛି । କାମ ନକରି ବିଲ ଉଠାଇ ନେଇଛି ଠିକାସଂସ୍ଥା । ସେପଟେ ସରକାର ମାଗଣା ବିଦ୍ୟୁତ କନେକସନ ଦେବାକଥା କହୁଥିବା ବେଳେ ବିଦ୍ୟୁତ କନେକସନ ଦେବାପାଇଁ ପରିବାର ପିଛା ଠିକାସଂସ୍ଥା ୧୫୦୦ ଟଙ୍କା ନେଇ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଗାଁର ବିପିଏଲ ପରିବାର ଘରେ ବିଜୁଳି କନେକସନ ନଥିବା ବେଳେ ଗାଁ ମୁଣ୍ଡରେ ଲଗାଯାଇଛି ବ୍ୟୟ ଅଟକଳ ର ସୂଚନା ଫଳକ । ଏଭଳି ଅଭିଯୋଗ ଆସିଛି ତେଲକୋଇ ବ୍ଲକ ବେଣାମୂଣ୍ଡା ଗାଁ ରୁ । ଗାଁରେ ୪୦ ବିପିଏଲ ପରିବାର ଥିବାବେଳେ ସେମାନଙ୍କ ଘରକୁ ବିଦ୍ୟୁତ କନେକସନ ଦିଆ ନଯାଇ କେବଳ ଖଣ୍ଡିଏ ବଙ୍କୁଲି ବାଡି ଓ ମିଟର ଦେଇ କାମ ସାରିଦେଇଛି ଠିକାସଂସ୍ଥା ।

ଗାଁର ସମସ୍ତ ବିପିଏଲ ପରିବାର କୂ ବିଦ୍ୟୁତ ସଂଯୋଗ ହୋଇସାରିଥିବା ନେଇ ଗାଁ ମୁଣ୍ଡରେ ବ୍ୟୟ ଅଟକଳ ର ବୋର୍ଡ ମଧ୍ୟ ଲଗାଯାଇଛି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।ବିପିଏଲ ହିତାଧିକାରୀ ବଙ୍କୁଲି ବାଡି ଧରି ଗାଁ ଦାଣ୍ଡରେ ପ୍ରତିବାଦ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କେନ୍ଦ୍ର ସରକାର ସମସ୍ତ ବିପିଏଲ ପରିବାର କୁ ମାଗଣା ବିଦ୍ୟୁତ ଯୋଗାଇ ଦେବାପାଇଁ ଯୋଜନା ପ୍ରସ୍ତୁତ କଲେ ଏବଂ କେନ୍ଦ୍ର ସରକାରଙ୍କ ସଂସ୍ଥା ଏନଟିପିସି କାର୍ଯ୍ୟ ତୁଲାଇବାର ଦାୟୀତ୍ବ ନେଇ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କଲେ ।

ତେବେ ଏଥିପାଇଁ ଏନଟିପିସି ପକ୍ଷରୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସୁରୁଖୁରୁରେ ସଂମ୍ପାଦନ କରିବା ପାଇଁ ଗୋଦରେଜ ଓ ଫେଡକୋ କମ୍ପାନୀ କୁ ତେଲକୋଇ ବ୍ଲକ ପାଇଁ ଟେଣ୍ଡର ଦିଆଯାଇଥିଲା । ତେବେ ଦୁଇ କମ୍ପାନୀ ଠିକ ଭାବେ କାମ ନ କରି କାଗଜପତ୍ର ରେ କାମ ସାରି ଦେଇଥିବା ଅଭିଯୋଗ ହୋଇଛି ।କେବଳ ତେଲକୋଇ ବ୍ଲକର ବେଣାମୂଣ୍ଡା ଗାଁ ନୁହଁ ବ୍ଲକର ଅନ୍ୟ ଗାଁ ଗୁଡିକ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।କେଉଁଠି ଖାଲି ଖୁଣ୍ଟ ପୋତାଯାଇଛି ତ ଆଢ଼ଢ଼ଉ କେଉଁଠି ଟ୍ରାନ୍ସଫର୍ମର ଥାଇ ମଧ୍ୟ ଲାଇନ ଜଳୁନି । ଏନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଜଣାପଡିଛି । ବିପିଏଲ ପରିବାର ଙ୍କୁ ଶିଘ୍ର ବିଦ୍ୟୁତ ଯୋଗାଇ ଦେବାପାଇଁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking