29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନର୍ଦ୍ଦମା ପାଣିରେ ଉବୁଟୁବୁ ନର୍ଦ୍ଦମା ଗ୍ରାମ 

ନର୍ଦ୍ଦମା ପାଣିରେ ଉବୁଟୁବୁ ନର୍ଦ୍ଦମା ଗ୍ରାମ 

ନୂଆପଡ଼ା : ଖଡ଼ିଆଳ ବ୍ଲକ ଡୁଆଝର ପଞ୍ଚାୟତରେ ଅନେକ ସମସ୍ୟା ଲାଗି ରହିଥିବାବେଳେ ବର୍ତ୍ତମାନର ମୁଖ୍ୟ ପ୍ରମୁଖ ସମସ୍ୟା ହେଉଛି ରାସ୍ତାରେ ବହୁଥିବା ଦୁର୍ଗନ୍ଧମୟ ନର୍ଦ୍ଦମା ପାଣି । ଡୁଆଝର ପଞ୍ଚାୟତ ଡୁଆଝର, ଗୁଡ଼ଭେଳି, ଖମତାରାଇ ଓ ଭୀମଖୋଲ ଗ୍ରାମକୁ ନେଇ ଗଠିତ । ସେଥି ମଧ୍ୟରୁ ବଡ଼ ଗ୍ରାମ ହେଉଛି ଡୁଆଝର । ଗ୍ରାମର ଜନସଂଖ୍ୟା ନଅ ହଜାରରୁ ଅଧିକ ଥିବାବେଳେ ଭୋଟର ସଂଖ୍ୟା ୩ ହଜାର ୪ ଶହ ୮୩ । ଏତେ ବଡ଼ ବିଶାଳ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନଠାରୁ ବହୁ ଦୂରରେ ରହିଛି । ଗ୍ରାମଟି ଏବେ ନର୍ଦ୍ଦମା ଜଳରେ ଉବୁଟୁବୁ ।
ଏହି ଗ୍ରାମରେ ଡ୍ରେନେଜ ସମସ୍ୟା ବହୁ ବର୍ଷ ଧରି ଲାଗି ରହିଛି । ଫଳରେ ଗ୍ରାମର ଅନେକ ସ୍ଥାନରେ ଦୁର୍ଗନ୍ଧମୟ ନର୍ଦ୍ଦମା ପାଣି ରାସ୍ତାରେ ବହୁଛି । ନାଳଗୁଡ଼ିକୁ ଦୀର୍ଘଦିନ ଧରି ସଫା କରାଯାଉନାହିଁ । ତେଣୁ ଗ୍ରାମର ପରିବେଶ ଦୁର୍ଗନ୍ଧମୟ ହେବା ସହିତ ରାସ୍ତା ଉପରେ କୀଟ ସାଲୁବାଲୁ ହେଉଛି । ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ନାଳଗୁଡ଼ିକ କିଛି ଲୋକଙ୍କ ଘରକୁ ଲାଗି ରହିଥିବାରୁ ସେମାନେ ସବୁବେଳେ ଅଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି । ଗ୍ରାମରେ ସାତଟି ଅଙ୍ଗନବାଡି କେନ୍ଦ୍ର । କିନ୍ତୁ ସେସବୁ ନର୍ଦ୍ଧମାମୟ ପରିବେଶ ମଧ୍ୟରେ । ଗ୍ରାମ କଲ୍ୟାଣ ପାଣ୍ଠିର ବିନିଯୋଗ କେବଳ କାଗଜପତ୍ରରେ ସୀମିତ ରହୁଛି । ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନାଳଗୁଡ଼ିକୁ ସଫା କରିବା ପାଇଁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking