37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଶ୍ରୀଲଙ୍କା ସଂକଟ : ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ

ଶ୍ରୀଲଙ୍କା ସଂକଟ : ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଶ୍ରୀଲଙ୍କା ସଂସଦରେ କାଟ ଖାଇଯ଼ାଇଛି । ଶ୍ରୀଲଙ୍କାର ବିରୋଧୀ ଦଳମାନଙ୍କ ଦ୍ବାରା ଆଗତ ଏହି ଅନାସ୍ଥା ପ୍ରସ୍ତାବ ୧୧୯-୬୮ ଭୋଟରେ କାଟ ଖାଇଯ଼ାଇଛି । ଅର୍ଥାତ ପ୍ରସ୍ତାବ ବିରୋଧରେ ୧୧୯ଟି ଓ ସପକ୍ଷରେ ୬୮ଟି ଭୋଟ ପଡ଼ିଥିଲା । ତେବେ ଏହି ପ୍ରସ୍ତାବ ଉପରେ ପରବର୍ତ୍ତୀ କାଳରେ ବିତର୍କ ହୋଇପାରେ ବୋଲି ଶ୍ରୀଲଙ୍କାର ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନା କହିଛନ୍ତି । ବିରୋଧୀ ଦଳ ପକ୍ଷରୁ ଆଗତ ଏହି ପ୍ରସ୍ତାବରେ ରାଜପକ୍ଷେଙ୍କୁ ଶ୍ରୀଲଙ୍କାର ବର୍ତ୍ତମାନ ସଂକଟ ପାଇଁ ଦାବି କରାଯାଇଛି । ସରକାରଙ୍କ ଦ୍ବାରା ଟିକସ କାଟ ଓ ଅର୍ଗାନିକ କୃଷିକୁ ବାଧ୍ୟତାମୂଳକ କରାଯ଼ିବା ଫଳରେ ଏହି ଆର୍ଥିକ ସଂକଟ ସୃଷ୍ଟି ହୋଇଛି ବୋଲି ଏଥିରେ ଅଭିଯ଼ୋଗ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିଜ ସ୍ବାଧୀନତା ପରର ସବୁଠାରୁ ଖରାପ ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଜନଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଲୋକମାନେ ଏହି ସଂକଟ ପାଇଁ ରାଜପକ୍ଷେ ପରିବାରକୁ ଦାୟୀ କରୁଛନ୍ତି । ମହିନ୍ଦା ରାଜପକ୍ଷେଙ୍କ ରାଷ୍ଟ୍ରପତିତ୍ବ ସମୟରେ ହିଁ ଶ୍ରୀଲଙ୍କା ଚୀନ ଆଡକୁ ଅଧିକ ଢଳିଥିଲା । ଚୀନଠାରି ଶସ୍ତା ଋଣ ଆଣି ଶ୍ରୀଲଙ୍କା ଧୀରେ ଧୀରେ ଋଣଗ୍ରସ୍ତ ହୋଇଯାଇଥିଲା । ପରେ ଏହି କ୍ଷୁଦ୍ର ଦେଶ ବାଧ୍ୟ ହୋଇ ନିଦର ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ପାଇଁ ଲିଜରେ ପ୍ରଦାନ କରିଥିଲା । ଲୋକଙ୍କ ବିରୋଧ ଯ଼ୋଗୁଁ ଗତ ୯ ତାରିଖରେ ମହିନ୍ଦା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ଲୋକମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking