28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶରେପୋରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ : ରେପୋରେଟ ଅପରିବର୍ତ୍ତିତ ରଖିଛି ଆରବିଆଇ । ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ, ରେପୋରେଟ ୪% ଓ ରିଭର୍ସ ରେପୋରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିିତ ରହିବ । ଏହା ସହ ସେ କହିଛନ୍ତି ଯେ, କୋଭିଡ ଦ୍ୱିତୀୟ ୱେଭ୍ କବଳରୁ ଆର୍ଥିକ ସ୍ଥିତି ସୁଧୁରୁଛି । ଏମପିସିର ଆଶା ଅନୁଯାୟୀ ଅର୍ଥନୀତି ଅଗ୍ରଗତି କରୁଛି । ଟିକାକରଣ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଛି । ଜୁନରେ ମୁଦ୍ରାସ୍ଫୀତି ବଢ଼ିଛି ।

୨୦୨୧-୨୨ରେ ଡିଜିପି ଅଭିବୃଦ୍ଧି ୯.୫% ହେବ ବୋଲି ଆଶା କରାଯାଉଛି । ଏହା ସହ ୨୦୨୧-୨୨ ବର୍ଷରେ ସିପିଆଇ ମୁଦ୍ରାସ୍ଫୀତି ୫.୭% ହେବ ବୋଲି ଆକଳନ କରାଯାଉଛି । ଏହା ବ୍ୟତୀତ Q ୩ ଡିଜିପି ଗ୍ରୋଥ ରେଟ୍ ୬.୩ ରହିବାର ଅନୁମାନ କରାଯାଉଥିବା ବେଳେ Q ୪ର ଡିଜିପି ରେଟ୍ ୬.୧ % ରହିବାର ପୂର୍ବାନୁମାନ କରାଯାଉଛି । ଅନୁରୂପ ଭାବେ ପୁଞ୍ଜିନିବେଶ ଏବଂ ବାହ୍ୟ ଚାହିଦାରେ ମଧ୍ୟ ସୁଧାର ଆସୁଥିବା ସୂଚନା ମିଳୁଛି। ପୂର୍ବରୁ ଜୁନ ୪ ତାରିଖରେ ଆରବିଆଇ ତାହାର ଆର୍ଥିକ ନୀତିର ସମୀକ୍ଷା ସମୟରେ ଜିଡିପି ଅଭିବୃଦ୍ଧି ଅନୁମାନ ୧୦.୫%ରୁ ୯.୫%କୁ ହ୍ରାସ କରିଥିଲା। ଗତ ମାସରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତର ଅଭିବୃଦ୍ଧି ଅନୁମାନ ୩୦୦ ବେସିସ ପଏଣ୍ଟ ହ୍ରାସକରି ତାହା ୯.୫% ହେବ ବୋଲି କହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking