26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜାନୁୟାରୀ-ଫେବୃୟାରୀରେ ହେବନି ବୋର୍ଡ ପରୀକ୍ଷା: ରମେଶ ପୋଖରୀଆଲ

ଜାନୁୟାରୀ-ଫେବୃୟାରୀରେ ହେବନି ବୋର୍ଡ ପରୀକ୍ଷା: ରମେଶ ପୋଖରୀଆଲ

ନୂଆଦିଲ୍ଲୀ: ଆସନ୍ତା ବୋର୍ଡ ପରୀକ୍ଷା ନେଇ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ‘ନିଶାଙ୍କ’ ଶିକ୍ଷକଙ୍କ ସହିତ ଏକ ଲାଇଭ ୱେବିନାର ସିଜନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଦଶମ ଓ ଦ୍ୱାଦଶ ପରୀକ୍ଷା ଜାନୁୟାରୀ କିମ୍ବା ଫେବୃୟାରୀରେ ଅନୁଷ୍ଠିତ ହେବ ନାହିଁ । ବୋର୍ଡ ପରୀକ୍ଷା ନେଇ ସୂଚୀ ଫେବୃୟାରୀ ମାସରେ ସ୍ଥିର କରାଯିବ ବୋଲି ସେ କହିଛନ୍ତି । ପରୀକ୍ଷା ବାତିଲ କରିବା ଏବଂ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତୀନ୍ନ କରିବା ଷ୍ଟାମ୍ପ ସଦୃଶ ହେବ । ଫଳରେ ସେମାନେ ଭବିଷ୍ୟତରେ ଚାକିରୀ ପାଇବା ସମୟରେ କିମ୍ବା ହାଏର ଏଜୁକେସନ ପାଇଁ ଆଡମିଶନ ସମୟରେ ସମସ୍ୟା ହେବ । ଆମ ଛାତ୍ରଛାତ୍ରୀଙ୍କ ପାଇଁ ଆମେ ଏହା କେବେ ଚାହିଁବୁନି । ସେଥିପାଇଁ ପରୀକ୍ଷା ବାତିଲ କିଛି ହେବ ନାହିଁ । ବୋର୍ଡ ପରୀକ୍ଷା ହେବ କିନ୍ତୁ ଏବେ ଏହା ସ୍ଥଗିତ ରହିଛି । ଜାନୁୟାରୀ-ଫେବୃୟାରୀ ମାସରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ନାହିଁ । କିନ୍ତୁ ଯେତେବେଳେ ପରୀକ୍ଷା ନିଶ୍ଚିତ ଭାବରେ ହେବା ନେଇ ସ୍ଥିର କରାଯିବ ସେ ନେଇ ଘୋଷଣା କରାଯିବ । ଅନେକ ଦେଶରେ ପୁରା ଏକାଡେମିକ ବର୍ଷ ସ୍ଥିଗତ ରଖିଥିବା ବେଳେ ଆମ ଶିକ୍ଷକମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ଏବଂ କୌଣସି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଏକାଡେମିକ ବର୍ଷକୁ ନଷ୍ଟ କରିବାକୁ ଦେଉନାହାନ୍ତି । ୩୩ କୋଟି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକମାନେ ତାଙ୍କ କାମ କରିଛନ୍ତି । ପୋଖରୀଆଲ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାସନାଲ ଏଜୁକେସନ ପଲିସି ଏବଂ ବାସ୍ତବରେ ଏହାର ସମ୍ପାଦନ ମଧ୍ୟରେ ଜଣେ ଶିକ୍ଷକ ହେଉଛି ଏହାର ଚାବି । ଆଉ ଏହି ପଲିସିକୁ ପରିଚାଳିତ କରିବା ହେଉଛି ଏକ ବଡ କାମ । ଅନଲାଇନରେ ଶିକ୍ଷକଙ୍କ ପ୍ରଶିକ୍ଷଣ ହେଉଛି କ୍ରିଟିକାଲ । ସେଥିପାଇଁ ଆମେ ନିସ୍ଥା ଭଳି ପ୍ଲାଟଫର୍ମ ଆଣିଛୁ । ସିବିଏସଇ ଅନଲାଇନ ମାଧ୍ୟମରେ ୪.୮୦ ଲକ୍ଷ ଶିକ୍ଷକଙ୍କୁ ପ୍ରଷିକ୍ଷଣ ଦେଇସାରିଛି । ଶିକ୍ଷକଙ୍କ ସହିତ ଆଲୋଚନା ସମୟରେ ପୋଖରୀଆଲ ଏହା କହିଥିଲେ । ଏଭଳି ସଂଙ୍କଟାପନ୍ନ ସମୟ ପାଇଁ ଏଜୁକେସନ ଏବଂ ଅନଲାଇନ ପ୍ଲାଟଫର୍ମକୁ ଆସିଛି । ସ୍କୁଲ ମଧ୍ୟ ପୁନର୍ବାର ଆରମ୍ଭ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଷଷ୍ଠ ଶ୍ରେଣୀ ଠାରୁ ତା ପରକୁ ଭୋକେସନାଲ ଟ୍ରେନିଂ ସହ ଇଣ୍ଟର୍ନସିପ୍ ମଧ୍ୟ ହୋଇଛି । ଏହା ନ୍ୟାସନାଲ ଏଜୁକେସନ ପଲିସି ୨୦୨୦ ଦ୍ୱାରା ପରିଚାଲିତ ହେଉଛି । ଏହାକୁ ସୁପରିଚାଳିତ କରିବା ହେଉଛି ଆମର ଲକ୍ଷ୍ୟ । ଇଣ୍ଡଷ୍ଟ୍ରି ସହ ଟାଏ ଅପ ଖାଲି କରିବା ନୁହେଁ ବରଂ ଜ୍ଞାନ ଆହରଣ ମଧ୍ୟ କରିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ସିଲାବସରେ ଆଉ କିଛି କଟାଯିବ ନାହିଁ । ସେ ଆହୁରି ବି କହିଛନ୍ତି, ପ୍ରାକ୍ଟିକାଲ ପରୀକ୍ଷା ନେଇ ମଧ୍ୟ ଏକ ବିକଳ୍ପ ରହିବ । ଏହା ବାଧ୍ୟତାମୂଳକ ନୁହେଁ ଯେ, ପୂର୍ବରୁ ଥିବା ଟାଇମଟେବୁଲ ଫଲୋ କରିବ । ଆଉ ପରୀକ୍ଷା ସୂଚୀ ମଧ୍ୟ ସ୍ଥଗତି କରାଯାଇଛି । ପରୀକ୍ଷା ବିଷୟରେ ତାରିଖ ନେଇ ମଧ୍ୟ ସେ କହିଥିଲେ । ୨୦୨୧ ସିବିଏସଇ ବୋର୍ଡ ପରୀକ୍ଷା ନେଇ ସେ କହିଛନ୍ତି । ଏହି ଶେଷ ୱେବିନାର ସିଜନରେ ଯାହା ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା, ଶିକ୍ଷାମନ୍ତ୍ରୀ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ, ନିଟ୍ ୨୦୨୧, ଇଂଜିନିୟରିଂ ଏଣ୍ଟ୍ରାନ୍ସ ଟେଷ୍ଟ, ଜେଇଇ ୨୦୨୧ ଓ ବୋର୍ଡ ପରୀକ୍ଷା ୨୦୨୧ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ।
ଡିସେମ୍ବର ୧୬ ତାରିଖରେ ପୋଖରୀଆଲ ଘୋଷଣା କରିଥିଲେ ଯେ, ଜେଇଇ ମେନ ପରୀକ୍ଷା ବର୍ଷକରେ ୪ ଥର ହେବ । ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୧ରେ ଏହା ଅନୁଷ୍ଠିତ ହେବ । ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ଆସନ୍ତା ବର୍ଷ ପେନ ପେପର ମୋଡରେ କରାଯିବ । ସିବିଏସଇ ଅଧିକାରୀ ଅନଲାଇନ ପରୀକ୍ଷା ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking