37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମିଳିନି ସହାୟତା, ଦୁର୍ଦ୍ଦିନରେ ଏକମାତ୍ର ଝିଅ 

ମିଳିନି ସହାୟତା, ଦୁର୍ଦ୍ଦିନରେ ଏକମାତ୍ର ଝିଅ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଠାରେ ଗତ ବର୍ଷକ ତଳେ ବିଦ୍ୟୁତ୍ ଆଘାତରେ ଦଶରଥ ଭୁକ୍ତା (୫୦) ଓ ତାଙ୍କ ସ୍ତ୍ରୀ ସରୋଜିନି ଭୁକ୍ତା (୪୦) ନିକଟସ୍ଥ ଜଙ୍ଗଲକୁ ଆମ୍ବ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ବର୍ତ୍ତମାନ ଦୁର୍ଦ୍ଦିନରେ ଅଛନ୍ତି । ୧୩ ବର୍ଷର ପୁଅକୁ ସେହି ସମୟରେ ବାଲିଗୁଡ଼ା ସ୍ଥିତି ଏକ ଅନୁଷ୍ଠାନରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି । ବର୍ତ୍ତମାନ ସେ  ଉକ୍ତ ଅନୁଷ୍ଠାନରେ ଅଧ୍ୟୟନ । ତେବେ ଘରେ ଥିବା ଏକମାତ୍ର ଝିଅ ବର୍ତ୍ତମାନ ନିଜ ପିଉସି ପଦ୍ମାବତୀ ଭୁକ୍ତାଙ୍କ ଘରେ ରହୁଛି । ତେବେ ପିଉସିର ବୟସ ଆସି ପହଞ୍ôଚଲାଣି ୬୦ ବର୍ଷରେ । ବୟସାଧିକ କାରଣରୁ ନିଜ ପିଉସି କୌଣସି ପ୍ରକାର କାମଧନ୍ଦା କରି ପାରୁନାହାନ୍ତି । ଫଳରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି କେବଳ ୩୫ କେଜି ଚାଉଳ । ଏଭଳି ସ୍ଥଳେ ଆଗାମୀ ଦିନରେ କିଭଳି ଭାବେ ଚଳିବେ ସେ ନେଇ ଚିନ୍ତାରେ ୧୮ ବର୍ଷର ଝିଅ । ଯେଉଁ ଘରେ ସେମାନେ ରହୁଛନ୍ତି ତାହାକୁ ଛପର କରିବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ । ଗତ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ଘରର ଛପର ହୋଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଗୁଁ ଗାଁ’ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଆର୍ଥିକ ପରିସ୍ଥିତି ଭଲ ନଥିବା ଯୋଗୁଁ ଚଳିତ ବର୍ଷର ଘରର ଛପର ହୋଇପାରିନାହିଁ । ଫଳରେ ବର୍ଷା ହେଲେ ନାହିଁ ନଥିବା ଅସୁବିଧାରେ ବିତାଉଛନ୍ତି ଏହି ପିଉସି ଝିଆରୀ । ବିଦ୍ୟୁତ୍ ଆଘାତରେ ମୃତ୍ୟୁ ନେଇ ସମସ୍ତେ ଜାଣିଥିବା ଓ ସହାୟତା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇନାହିଁ । ଏଭଳି ସ୍ଥଳେ ପ୍ରଶାସନ ପକ୍ଷରୁ ଏହି ବାପା-ମା’ ଛେଉଣ୍ଡ ପୁଅ ଓ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଅସହାୟ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ସମସ୍ତ ଗ୍ରାମବାସୀ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking