କଟକ: ଚଳିତ ବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସାମୁହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ଉପରେ ବାରଣ ମଧ୍ୟ କରାଯାଇଛି। ସେହିପରି ଏଥର ଧବଳେଶ୍ୱରରେ ବି ବଡ଼ଓଷା ପାଳନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।