ସପ୍ତମ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ନିତୀଶ


ପାଟନା : ସବୁ କଲ୍ପନା ଜଳ୍ପନାର ଅନ୍ତ ଘଟିଛି । ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୁର୍ଣ୍ଣଚ୍ଛେଦ ପଡ଼ିଛି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନିତୀଶ କୁମାର । ଏନେଇ ସୁଚନା ଦେଇଛନ୍ତ ଏନଡିଏ ପର୍ଯ୍ୟବେକ୍ଷକ ରାଜନାଥ ସିଂ । ସମସ୍ତ ଆଲୋଚନା ପରେ ନିତୀଶ କୁମାରଙ୍କ ନାଁରେ ଲାଗିଛି ମୋହର । ଆସନ୍ତା କିଛି ସମୟ ପରେ ବିହାରର ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିବେ ନିତୀଶ ।
ପାଟନାରେ ଥିବା ନିତୀଶଙ୍କ ନିଜ ବାସଭବନଠାରେ ଏହି ବୈଠକ ଅନୂଷ୍ଠିତ ହୋଇଥିଲା । ସୂଚନାଥାଉକି ବିହାର ନିର୍ବାଚନପରେ ବିଜେପି ପାଖରେ ୭୪ ଜେଡ଼ିୟୁ ପାଖରେ ୪୩ ଓ ଅନ୍ୟ ଦଳ ଙ୍କ ପାଖରେ ୩-୪ ଆସନ ରହିଥିଲା ।

LEAVE A REPLY

Please enter your comment!
Please enter your name here