34.1 C
Bhubaneswar
Friday, March 29, 2024
Homeଅପରାଧଫାଶୀ ପ୍ରସ୍ତୁତି: ନିଆଗଲା ବେକର ମାପ

ଫାଶୀ ପ୍ରସ୍ତୁତି: ନିଆଗଲା ବେକର ମାପ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ଡେଥ ୱାରେଣ୍ଟ ଜାରି ହୋଇଛି । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବାର ଯୋଜନା କରାଯାଇଛି । ଏଥିନେଇ ତିହାର ଜେଲ ପକ୍ଷରୁ ୪ଜଣ ଦୋଷୀଙ୍କ ବେକାର ମାପ ନିଆଯାଇଛି । ଏହି ମାପକୁ ନେଇ ୪ ଜଣ ଦୋଷୀଙ୍କ ଫାଶୀ ଦଉଡ଼ି ପ୍ରସ୍ତୁତ କରାଯିବ । କିନ୍ତୁ ୪ ଜଣ ଦୋଷୀଙ୍କ ମାପ ନିଆଯାଉଥିବା ସମୟରେ ସେମାନେ ଭୋଭୋ ହୋଇ କାନ୍ଦିଥିବା ଦେଖିବାକୁ ମିଳିଥିଲା । ୪ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି କରିବେ । ଜଷ୍ଟିସ ଏନଭି ରମଣା, ଅରୁଣ ମିଶ୍ର, ଆରଏଫ ନରିମାନ, ଆର ଭାନୁମତୀ ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ ପିିଟିସନ ଶୁଣାଣି କରିବେ । ଦୋଷୀ ବିନୟ ଶର୍ମା ଏବଂ ମୁକେଶଙ୍କ ପକ୍ଷରୁ ଗତ ୯ ତାରିଖରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୧୨ରେ ଦିଲ୍ଲୀରେ ଏକ ଚଳନ୍ତା ବସ୍ ମଧ୍ୟରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ଗଣଦୁଷ୍କର୍ମ କରିବା ସହ ଅତ୍ୟନ୍ତ ଅମାନୁଷିକ ଆକ୍ରମଣ କରିଥିଲେ ଏବଂ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking