33.1 C
Bhubaneswar
Wednesday, April 24, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା: ବିଳମ୍ବ ହୋଇପାରେ ଫାଶି

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିଳମ୍ବ ହୋଇପାରେ ଫାଶି

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆସନ୍ତା ଜାନୁଆରୀ ୨୨ରେ ଫାଶି ନହୋଇପାରେ । ରାଜକ୍ଷମା ଆବେଦନ ହୋଇଥିବାରୁ ଟଳିପାରେ ଫାଶି ତାରିଖ । ୨୨ରେ ଫାଶି ଦିଆଯିବନି କହିଲେ ଦିଲ୍ଲୀ ସରକାର । କାଲି ରାଜକ୍ଷମା ଆବେଦନ କରିଥିଲା ଦୋଷୀ ମୁକେଶ । ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଦୋଷୀଙ୍କୁ ମିଳିବ ୧୪ଦିନର ମହଲତ । ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶି । ୨୨ରେ ଫାଶି ହେବା ନେଇ ସନ୍ଦେହ କଲେ ନିର୍ଭୟାଙ୍କ ଓକିଲ । ଫେବୃଆରୀ ୧୧ ପୂର୍ବରୁ ଫାଶି ହେବା ନେଇ ମୁଁ ସନ୍ଦୀହାନ ବୋଲି କହିଲେ ନିର୍ଭୟାଙ୍କ ଓକିଲ ।
ଆସନ୍ତା ୨୨ତାରିଖ ସକାଳ ୭ଟାରେ ଫାଶି ଦେବାକୁ ଦିନ ଧାର‌୍ୟ୍ୟ ହୋଇଥିବା ବେଳେ । ଏବେ ଏହାକୁ ସସପେନ୍ସ ରଖାଯାଇଛି । ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଚଳିତ ଜେଲ୍ ଆଇନ ଅନୁସାରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନ ସମୟ ଦିଆଯିବ ବ୍ୟବସ୍ଥା ରହିଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି । ୨୦୧୨ ମସିହାରେ ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍କୁ ମଙ୍ଗଳବାର ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ । ଏହାପରେ ସେମାନେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବା ଆପାତତଃ ନିଶ୍ଚିତ ହୋଇଯାଇଥିଲା । ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ଦୋଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି । ଫାଶୀଦଣ୍ଡ କ୍ଷେତ୍ରରେ ଜଣେ ଦୋଷୀର ଶେଷ ସାହାରା ହେଉଛି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ । ଜଣେ ଦୋଷୀର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଦୋଷୀ ବିନୟ ଏବଂ ମୁକେଶ ବାଦ୍ ଅନ୍ୟ ୨ ଜଣ ଦୋଷୀ ପୱନ ଏବଂ ଅକ୍ଷୟଙ୍କୁ ମଧ୍ୟ ଆସନ୍ତା ୨୨ ସକାଳ ୭ଟାରେ ଫାଶୀ ହୋଇପାରେ ।
ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଏହା ହେଉଛି ଦୋଷୀଙ୍କ ନିମନ୍ତେ ଶେଷ ସୁଯୋଗ । ଗତ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏହି ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ଜାରି କରି ଜାନୁଆରୀ ୨୨ ସକାଳ ୭ଟାରେ ତିହାର ଜେଲ୍ ପରିସରରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ଜେଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ଦୋଷୀମାନଙ୍କୁ କ୍ୟୁରେଟିଭ୍ ପିଟିସନ୍ ଦାଖଲ ପାଇଁ ୨ ସପ୍ତାହ ସମୟ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking