34.1 C
Bhubaneswar
Friday, March 29, 2024
Homeଅପରାଧନିର୍ଭୟା ପିଟିସନ ଖାରଜ

ନିର୍ଭୟା ପିଟିସନ ଖାରଜ

ନୂଆଦିଲ୍ଲୀ :୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାକୁ ଏକ ଚଳନ୍ତା ବସରେ ଗଣଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର‌୍ୟ୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ । ତେବେ ସେ ଗୁରୁତର ଆହତ ଅବସ୍ଥାରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର୨୯ ତାରିଖରେ ମୃତ୍ୟୁ ହୋଇଥିଲା । ତେବେ ଏହି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ନବଗଠିତ ଏକ ତିନିଜଣିଆ ବେଞ୍ଚ ଏହି ଶୁଣାଣି ଶେଷ କରିଛନ୍ତି । ଏହି ତିନି ଜଣିଆ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ଆର ବାରୋମତି, ଜଷ୍ଟିସ ଏ ଏସ ବୋପନ୍ନା ଏବଂ ଜଷ୍ଟିସ ଅଶୋକ ଭୂଷଣ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏହି ଆବେଦନର ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏହି ଶୁଣାଣି ପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଞ୍ଚ ଗଠନ କରାଯାଇଥିଲା ଓ ଶୁଣାଣି ଆଜିକୁ ଘୁଞ୍ଚିଥିଲା ।
ବହୁର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ରାୟ ଶୁଣାଇଲେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ । ଆଜି ଉଭୟ ପକ୍ଷଙ୍କ ଠାରୁ ଶୁଣାଣି ପରେ ଏହି ରାୟ ଦେଇଛନ୍ତି । ନିର୍ଭୟା ମାମଲାରେ ୪ଜଣ ଦେଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଛନ୍ତି ସେମାନଙ୍କ ଭିତରୁ ଅକ୍ଷୟ ସିଂ ସୁପ୍ରିମ କୋର୍ଟରେ ଆବେଦନ କରିଥିିଲେ । ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା । କିନ୍ତୁ ପିଡୀତାଙ୍କ ପକ୍ଷରୁ ମୁଖ୍ୟ ବିଚାରପତିଙ୍କ ଝିଅ ମାମଲା ଲଢୁଥିବାରୁ ଏଥି ନେଇ ମୁଖ୍ୟବିଚାରପତି ଖଣ୍ଡପୀଠରୁ ଓହରି ଗଲେ ତାଙ୍କ ସ୍ଥାନରେ ନୂଆ ବିଚାରପତି ନିଯୁକ୍ତ ହୋଇ ଏହି ଖଣ୍ଡ ପୀଠ ଆଜି ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟ ଅଭିଯୁକ୍ତ ଅକ୍ଷୟଙ୍କର ଆବେଦନକୁ ଖାରଜ କରିଦେଇଥିବାରୁ ନିର୍ଭୟାର ମା’ ଖୁସି ବ୍ୟକ୍ତ କରିଛନ୍ତି । କୋର୍ଟ କ’ଣ ରାୟ ଦେଉଛନ୍ତି ତାହା ଜାଣିବା ପାଇଁ ସେ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ଦୋଷୀଙ୍କୁ ଫାଶି ମିଳିବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ସ୍ପଷ୍ଟ ହୋଇଛି ହେଲେ ଅକ୍ଷୟଙ୍କ ରାଜ କ୍ଷମା ପାଇଁ ଆବେଦନ କରିବାକୁ ସୁପ୍ରିମ କୋର୍ଟ ୭ଦିନ ସମୟ ଦେଇଛନ୍ତି । ଏଣୁ ଏହି ୭ଦିନ ପରେ ଯାଇ ତାଙ୍କୁ କେବେ ଫାଶୀ ଦିଆଯିବ ତାହା ସ୍ଥିର ହେବ । ଅକ୍ଷୟଙ୍କ ଓକିଲ କହିବାନୁସାରେ ସେ ଦିନେ ଦୁଇଦିନ ଭିତରେ ପିଟିସନ ଦାଖଲ କରିବେ ।
https://onakhabar.com/2019/12/18/nirvaya-case-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking