ଇନ୍ଦିରାଙ୍କ ପରାମର୍ଶର କଡାକଡି ଜବାବ ଦେଲେ ନିର୍ଭୟାଙ୍କ ମା

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ଗଣ ଦୁଷ୍କର୍ମ ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀ ଙ୍କୁ ପରାମର୍ଶ ଦେଇଥିଲେ। ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ଜବାବରେ କହିଛନ୍ତି ପରାମର୍ଶ ଦେବାକୁ ଇନ୍ଦିକା କିଏ? ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛି। ଏଭଳି କିଛି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି । ଭଗବାନ କହିଲେ ମଧ୍ୟ ମୁଁ କ୍ଷମା ଦେବିନି ।
ସୂଚନାଯୋଗ୍ୟ, ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଗତ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ସେ ପତି ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କ୍ଷମା କରି ଦେଇଥିଲେ। ସେହିପରି ନିର୍ଭୟାଙ୍କ ମାଆଙ୍କୁ କ୍ଷମା କରିଦେବା ଉଚିତ୍। ଏହାକୁ ନେଇ ନିର୍ଭୟାଙ୍କ ମାଆ କହିଛନ୍ତି ଯେ, କିଛି ବର୍ଷ ହେବ ସୁପ୍ରିମକୋର୍ଟରେ ତାଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି। ସେ ଥରେ ମାତ୍ର ହାଲଚାଲ ପଚାରି ନାହାଁନ୍ତି। ଆଜି ସେ ଅଭିଯୁକ୍ତଙ୍କୁ କ୍ଷମା କରିବା କଥା କହୁଛନ୍ତି। ଏଭଳି ବ୍ୟକ୍ତି ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ନିଜ ଜୀବିକାକୁ ବଞ୍ଚାଇ ରଖୁଛନ୍ତି। ଏଥିପାଇଁ ଦୁଷ୍କର୍ମ ଘଟଣାରେ ରୋକ୍ ଲାଗୁନି’।୧୬ ଡିସେମ୍ବର ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ୪ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତମାନଙ୍କୁ ଆସନ୍ତା ଫେବୃଆରୀ ୧ରେ ଫାଶୀ ଦଣ୍ଡ ଧାର‌୍ୟ୍ୟ କରିଛନ୍ତି ।