34.1 C
Bhubaneswar
Thursday, April 25, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ମାମଲା: ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ଆଗତ ମାମଲାକୁ ସୋମବାର ଯାଏଁ ସ୍ଥଗିତ...

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ଆଗତ ମାମଲାକୁ ସୋମବାର ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ଦିଲ୍ଲୀର ଏକ ଅଦାଲତରେ ଗତକାଲି ଆଗତ କରା ଯାଇଥିବା ଏକ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ଅଦାଲତ।ଏଥିସହ ଏହି ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ର ମାମଲା ଲଢ଼ିବା ପାଇଁ ଓକିଲ ମିଳୁ ନାହାନ୍ତି ବୋଲି ଅଦାଲତଙ୍କୁ କହିବା ପରେ ଅତିରିକ୍ତ ଦୌରାଜଜ୍ ଧର୍ମେନ୍ଦ୍ର ରାଣା ଦୋଷୀ ପଓ୍ଵନର ମାମଲା ଲଢ଼ିବା ପାଇଁ ଆଇନଜୀବୀ ରବି କାଜୀଙ୍କୁ ନିଯୁକ୍ତ କରିଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ପଓ୍ଵନ ଗୁପ୍ତା ହେଉଛି ଏକମାତ୍ର ଦୋଷୀ ଯିଏକି ଏଯାବତ୍ ସୁପ୍ରିମ୍ କୋର୍ଟରେ ନିଜର କ୍ୟୁରେଟିଭ୍ ପିଟିସନ ବିଚାର ପାଇଁ ଦେଇ ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ମଧ୍ୟ କରିନାହିଁ।
ଏପରି ସ୍ଥିତିରେ ଦିଲ୍ଲୀ ଅଦାଲତର ଅତିରିକ୍ତ ଦୌରାଜଜ୍ ଧର୍ମେନ୍ଦ୍ର ରାଣା, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଡେଥ୍ ଓ୍ଵାରେଣ୍ଟ ଜାରି ପାଇଁ ଆଗତ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର‌୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅନ୍ୟପଟରେ ଏହି ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଯେଉଁ ଆବେଦନ କରିଥିଲା ତାହାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟ ଏହାକୁ ଖାରଜ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking