ନିର୍ଭୟା ଗଣଦୁଷ୍କର୍ମ ମାମଲା: ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ପିଟିସନ ଦାଖଲ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବା ତାରିଖ ପରେ ତାରିଖ ଗଡି ଚାଲିଛି । ଏବେ ଆସନ୍ତା ମାର୍ଚ୍ଚ ୨୦ ତାରିଖକୂ ଫାସି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏବେ ପୁଣି ଫାଶି ନେଇ ସମସ୍ତଙ୍କ ମନରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶି ପାଇଁ କୋର୍ଟ ଧାର୍ଯ୍ୟ କରିଥିବା ବେଳେ ଫାଶି ଦଣ୍ଡରୁ ବର୍ତ୍ତିବା ପାଇଁ ପୁଣି ଚାଲ ଖେଳିଲେ ୪ଦୋଷୀ । ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଦୋଷୀ ବିନୟ ଶର୍ମା ମୃତ୍ୟୁ ଦଣ୍ଡକୁ ରଦ୍ଦ କରିବା ପାଇଁ ଅପିଲ କରିଛି । ମୃତ୍ୟୁ ଦଣ୍ଡକୁ ରଦ୍ଦ କରି ଆଜୀବନ ଜେଲରେ ପରିବର୍ତ୍ତନ ପାଇଁ ଅପିଲ କରିଛି । ତେବେ ମାର୍ଚ୍ଚ ୨୦ରେ ଫାଶି ପାଇଁ ଡେଥ ୱାରେଣ୍ଟ ହୋଇସାରିଛି ।
https://onakhabar.com/2020/03/05/nirbhaya-case-11/