31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନିର୍ଭୟାର ନ୍ୟାୟ ଯାତ୍ରା : ଆସନ୍ତୁ ଜାଣିବା କେଉଁ ତାରିଖରେ କ’ଣ ଘଟିଥିଲା ?

ନିର୍ଭୟାର ନ୍ୟାୟ ଯାତ୍ରା : ଆସନ୍ତୁ ଜାଣିବା କେଉଁ ତାରିଖରେ କ’ଣ ଘଟିଥିଲା ?

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସାତ ବର୍ଷ, ତିନି ମାସ ଏବଂ ତିନି ଦିନ ପରେ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଭୋର ୫.୩୦ ମିନିଟରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୋଷୀ ଅକ୍ଷୟ, ବିନୟ, ପବନ, ମୁକେଶ । ଚାରିଜଣ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି।
ଡିସେମ୍ବର ୧୬, ୨୦୧୨ : ଦିଲ୍ଲୀରେ ଏକ ଚଳନ୍ତା ବସରେ ରାମ ସିଂ, ମୁକେଶ ସିଂ, ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା ଓ ଜଣେ ନାବାଳକ ନିର୍ଭୟାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ ।
ଜାନୁଆରୀ ୩, ୨୦୧୩ : ଦିଲ୍ଲୀ ପୁଲିସ ଦ୍ୱାରା ଅଭିଯୁକ୍ତ ୫ ଜଣଙ୍କ ବିରୁଦ୍ଧରେ ଚାର୍ଜ ସିଟ ଦାଖଲ କଲେ ।
ଜାନୁଆରୀ ୨୮, ୨୦୧୩ : ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଦ୍ୱାରା ବିଚାର ପାଇଁ ନିଷ୍ପତ୍ତି ।
ଫେବୃଆରୀ ୨, ୨୦୧୩ : ୫ ଜଣ ଅଭିଯୁକ୍ତଙ୍କ ଉପରେ ହତ୍ୟା ସମେତ ୧୩ଟି ସଂଗୀନ ଧାରାଯୁକ୍ତ ଚାର୍ଜ ସିଟ ଦାଖଲ କରାଗଲା ।
ମାର୍ଚ୍ଚ ୧୧, ୨୦୧୩ : ତିହାର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତ ବସ ଚାଳକ ରାମ ସିଂ ଆତ୍ମହତ୍ୟା କଲେ ।
ମାର୍ଚ୍ଚ ୨୧, ୨୦୧୩ : ଦେଶରେ ଦୁଷ୍କର୍ମ ସମ୍ପର୍କିତ ଦଣ୍ଡବିଧାନ ଆଇନରେ ପରିବର୍ତ୍ତନ ହେଲା ।
ଅଗଷ୍ଟ ୩୧, ୨୦୧୩ : ନାବାଳକ ଗଣଦୁଷ୍କର୍ମକାରୀଙ୍କୁ ୩ ବର୍ଷ ସୁଧାର ଗୃହରେ ରଖିବାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିଷ୍ପତ୍ତି ।
ସେପ୍ଟେମ୍ବର ୧୦, ୨୦୧୩ : ଫାଷ୍ଟ ଟ୍ରାକ କୋର୍ଟରେ ମୁକେଶ, ବିନୟ, ଅକ୍ଷୟ ଓ ପବନ ଦୋଷୀ ସାବ୍ୟସ୍ତ ।
ସେପ୍ଟେମ୍ବର ୧୩, ୨୦୧୩ : ଅଭିଯୁକ୍ତ ଚାରି ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ଫାଷ୍ଟ ଟ୍ରାକ କୋର୍ଟ, ଦଣ୍ଡବିଧାନ ସ୍ୱୀକୃତ ପାଇଁ ଦିଲ୍ଲୀ ହାଇକୋର୍ଟକୁ ପଠାଇଲେ ବିବରଣୀ ।
ନଭେମ୍ବର ୧, ୨୦୧୩ : ଦୈନଦିନ ଶୁଣାଣି ଆରମ୍ଭ କଲେ ଦିଲ୍ଲୀ ହାଇକୋର୍ଟ ।
ମାର୍ଚ୍ଚ ୧୩, ୨୦୧୪ : ଦିଲ୍ଲୀ ହାଇକୋର୍ଟ ଚାରି ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ ।
ଡିସେମ୍ବର ୨୦, ୨୦୧୫ : ଅନ୍ୟତମ ଅଭିଯୁକ୍ତ ନାବାଳକର ମୁକ୍ତି ଉପରେ ରହିତାଦେଶ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।
ଏପ୍ରିଲ ୩, ୨୦୧୬ : ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ।
ମାର୍ଚ୍ଚ ୨୭, ୨୦୧୭ : ଏକ ବର୍ଷ ଶୁଣାଣି ପରେ ରାୟ ସଂରକ୍ଷିତା ରଖିଲେ ସୁପ୍ରିମକୋର୍ଟ ।
ମେ ୫, ୨୦୧୭ : ସୁପ୍ରିମକୋର୍ଟ ଅଭିଯୁକ୍ତ ଚାରି ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ ରଖିଲେ ।
ଜୁଲାଇ ୯, ୨୦୧୮ : ଅଭିଯୁକ୍ତ ପବନ, ମୁକେଶ ଓ ବିନୟ ଦ୍ୱାରା ଆଗତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ।
ଡିସେମ୍ବର ୧୩, ୨୦୧୮: ଫାଶୀ ଦଣ୍ଡାଦେଶ ଶୀଘ୍ର କାର୍ଯ୍ୟକାରୀ ନେଇ ନିର୍ଭୟା ପିତାମାତାଙ୍କ ଦ୍ୱାରା ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ ।
ଅକ୍ଟୋବର ୨୯, ୨୦୧୯ : ଅଭିଯୁକ୍ତମାନଙ୍କୁ ତିହାର ଜେଲ ପକ୍ଷରୁ କ୍ଷମା ପ୍ରାଥନା ଆବେଦନ ପାଇଁ ୭ ଦିନ ସମୟ ଦେଲେ ।
ନଭେମ୍ବର ୮, ୨୦୧୯ : ଦିଲ୍ଲୀ ସରକାରଙ୍କ ପାଖରେ କ୍ଷମା ପ୍ରାଥନା ଆବେଦନ କରାଗଲା ।
ନଭେମ୍ବର ୨୯, ୨୦୧୯ : ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ଆବେଦନକୁ ଖାରଜ କଲେ ।
ନଭେମ୍ବର ୩୦, ୨୦୧୯ : ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏହାକୁ ପ୍ରତ୍ୟାଖାନ କରିବା ସହ ଗୃହ ମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଇଲେ ।
ଡିସେମ୍ବର ୧, ୨୦୧୯ : ଗୃହ ମନ୍ତ୍ରୀ ଏହି ଆବେଦନକୁ ପ୍ରତ୍ୟାଖାନ କରିବା ସହ ଉପରାଜ୍ୟପାଳଙ୍କ କାର୍ଯ୍ୟକାଳକ ପଠାଇଲେ ।
ଡିସେମ୍ବର ୨, ୨୦୧୯ : ଉପରାଜ୍ୟପାଳ ମଧ୍ୟ ଆବେଦନ ପ୍ରତ୍ୟାଖାନ କଲେ ।
ଡିସେମ୍ବର ୬, ୨୦୧୯ : ଦିଲ୍ଲୀ ସରକାର ଆବେଦନ ପତ୍ରକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇଲେ ।
ଡିସେମ୍ବର ୧୦, ୨୦୧୯ : ଅଭିଯୁକ୍ତ ଅକ୍ଷୟ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ପତ୍ର ଦାଖଲ କଲା ।
ଡିସେମ୍ବର ୧୮, ୨୦୧୯ : ସୁପ୍ରୀମକୋର୍ଟ ପୁନର୍ବିଚାର ଆବେଦନ ପତ୍ରକୁ ଗ୍ରହଣ କଲେ ନାହିଁ ।
ଜାନୁଆରୀ ୭, ୨୦୨୦ : ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଭିଯୁକ୍ତ ଚାରିଜଣଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଡେଥ ୱାରଣ୍ଟ ଜାରି କଲେ ।
ଜାନୁଆରି ୯ , ୨୦୨୦ : ଦୋଷୀ ବିନୟ ଏବଂ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲେ ।
ଜାନୁଆରି ୧୪, ୨୦୨୦ : ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ମୁକେଶ ସିଂହ ।
ଜାନୁଆରି ୧୪, ୨୦୨୦ : ବିନୟ ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ।
ଜାନୁଆରି ୧୭, ୨୦୨୦ : ଦୋଷୀ ମୁକେଶର କ୍ଷମା ଆବେଦନ ଖାରଜ କ‌ଲେ ରାଷ୍ଟ୍ରପତି
ଜାନୁଆରି ୧୭,୨୦୨୦ : ଦିଲ୍ଲୀ କୋର୍ଟ ପୁଣିଥରେ ଫେବ୍ରୁଆରି ୧ ସକାଳ ୬ରେ ଫାଶୀ ପାଇଁ ‌ଡେଥ୍ ୱାରେଣ୍ଟ୍ ଜାରି କଲେ ।
ଜାନୁଆରି ୨୫,୨୦୨୦ : କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ମୁକେଶ।
ଜାନୁଆରି ୨୮, ୨୦୨୦ : ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା
ଜାନୁଆରି ୨୯ , ୨୦୨୦ : ମୁକେଶର କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଫେବୃଆରୀ ୧, ୨୦୨୦ : ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବୃଆରୀ ୧, ୨୦୨୦ : ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ଅକ୍ଷୟ ଠାକୁର
ଫେବୃଆରୀ ୫ , ୨୦୨୦ : ସମସ୍ତ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବାପାଇଁ ଦୋଷୀଙ୍କୁ ୧ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ
ଫେବୃଆରୀ ୫,୨୦୨୦ : ଅକ୍ଷୟ ଠାକୁରର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବୃଆରୀ  ୧୭,୨୦୨୦ : ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କଲେ
ଫେବୃଆରୀ  ୨୮ , ୨୦୨୦ : ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାପାଇଁ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କଲା
ମାର୍ଚ୍ଚ ୨ : ପବନ କୁମାରର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ
ମାର୍ଚ୍ଚ ୨, ୨୦୨୦ : ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୪, ୨୦୨୦ : ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ମା‌ର୍ଚ୍ଚ ୫,୨୦୨୦ : ମା‌ର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ରେ ଫାଶୀ ପାଇଁ ପୁଣିଥରେ ଡେଥ୍ ୱାରେଣ୍ଟ୍ ଜାରି କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୬,୨୦୨୦ : ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଡେଥ୍ ୱା‌ରେଣ୍ଟ୍ ଉପରେ ରହିତାଦେଶ ଲଗାଇବାକୁ ଆଇସିଜେଙ୍କୁ ଅନୁରୋଧ କଲେ
ମା‌ର୍ଚ୍ଚ ୧୮,୨୦୨୦ : ଅକ୍ଷୟ ସିଂହର ପତ୍ନୀ ବିହାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲା
ମାର୍ଚ୍ଚ ୧୯ ,୨୦୨୦ : କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଅକ୍ଷୟ ଠାକୁର
ମାର୍ଚ୍ଚ ୧୯, ୨୦୨୦ : ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ମା‌ର୍ଚ୍ଚ ୧୯, ୨୦୨୦ : ଡେଥ୍ ୱାରେଣ୍ଟ୍ ଉପରେ ରହିତ‌ାଦେଶ ଲଗାଇବାକୁ ମନା କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୯,୨୦୨୦ : ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ଚ୍ୟାଲେଂଜ କରି ଅକ୍ଷୟ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କ‌ଲେ ସୁପ୍ରିମକୋର୍ଟ
ମାର୍ଚ୍ଚ ୨୦,୨୦୨୦ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ସକାଳ ସାଢେ ୫ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking