34.1 C
Bhubaneswar
Friday, March 29, 2024
Homeଓଡିଶାନିରଂଜନଙ୍କୁ ହଟାଇବା ଦାବିରେ ମହିଳା ଗୋଷ୍ଠୀ ଗଲେ ଦିଲ୍ଲୀ

ନିରଂଜନଙ୍କୁ ହଟାଇବା ଦାବିରେ ମହିଳା ଗୋଷ୍ଠୀ ଗଲେ ଦିଲ୍ଲୀ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): କଂଗ୍ରେସ କନ୍ଦଳ ଥମୁନାହିଁ । ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଉଦ୍ୟମ ଜୋରଦାର ହୋଇଛି । ଗୋଟିଏ ପରେ ଗୋଟିଏ ଗୋଷ୍ଠୀ ଦିଲ୍ଲୀଗସ୍ତ କରିବାରେ ଲାଗିଛନ୍ତି । ଏବେ ଏକ ମହିଳା ଗୋଷ୍ଠୀ ଦିଲ୍ଲୀ ଯାଇଛନ୍ତି । ସେମାନେ ଦଳର ହାଇକମାଣ୍ଡ ଓ ଅନ୍ୟ ନେତାମାନଙ୍କୁ ଭେଟି ତୁରନ୍ତ ନିରଂଜନଙ୍କୁ ନ ହଟାଇଲେ କଂଗ୍ରେସ ଡୁବିଯିବ ବୋଲି ଜଣାଇବେ । କୁହାଯାଉଛି ଏମାନେ ବି ଚାହୁଁଛନ୍ତି ନିରଂଜନଙ୍କ ବଦଳରେ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରାଯାଉ ।
ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ପିସିସି ସଭାପତି ପଦରୁ ନିରଂଜନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଏହା ପଛରେ ତାଙ୍କର କେତେ ଆନ୍ତରିକତା ରହିଛି ତାହା ଭିନ୍ନକଥା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏଆଇସିସି ପିସିସି କମିଟିକୁ ଭାଙ୍ଗିଥିଲେ ମଧ୍ୟ ନିରଂଜନଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁମତି ଦେଇଥିଲେ । ସେ ପର୍ଯ୍ୟନ୍ତ ଦଳୀୟ ନେତାମାନେ ବି ନୀରବରେ ଥିଲେ । କିନ୍ତୁ ପାଟକୁରା ବିଧାନସଭା ନିର୍ବାଚନ ଓ ବିଜେପୁର ବିଧାନସଭା ଉପନିର୍ବାଚନରେ ଦଳର ଶୋଚନୀୟସ୍ଥିତି ଏବଂ ଦଳୀୟପ୍ରାର୍ଥୀ ଅମାନତ ହରାଇବା ଘଟଣା ପରେ ଦଳର ଏକ ଗୋଷ୍ଠୀ ନିରଂଜନ ହଟାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନିରଂଜନଙ୍କ ସମୟରେ ବହୁ ପୁରୁଣା କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତିଙ୍କ ଭଳି ବହୁ ପୁରୁଖା ନେତା ଦଳ ଛାଡ଼ିଲେ । ଦଳ ପ୍ରତି ନେତାମାନଙ୍କର ଆଉ ଭରଷା ପାଉନାହିଁ । ନିରଂଜନ ସଭାପତି ହେଲେ ଦଳ ସୁଦୃଢ଼ ହେବ ଓ ଆଗେଇବ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଇଥିଲା ତାହା ଶେଷରେ ଭୁଲ ପ୍ରମାଣିତ ହେଲା । ଏଣୁ ଏବେ ଏକ ଗୋଷ୍ଠୀ ବାହାରି ଯୁବନେତୃତ୍ୱକୁ ପ୍ରାଧାନ୍ୟ ଦେବା ପାଇଁ ଦାବି କରିଛନ୍ତି । ସେମାନେ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଏଆଇସିସି ପାକରେ ଦାବି ରଖିଛନ୍ତି ।
ପ୍ରଥମେ ସନତ ଦାସଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଦିଲ୍ଲୀଯାଇ କେନ୍ଦ୍ରୀୟ ନେତାମାନଙ୍କୁ ଭେଟିଥିଲେ । ପ୍ରୀୟଙ୍କା ଗାନ୍ଧି, ଅହମ୍ମଦ ପଟେଲ, ଗୁଲାମନବୀ ଆଜାଦ, ବିକେ ହରିପ୍ରସାଦ, ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟିଥିଲେ । ଏହାପରେ ଆଉ ଏକ ଗୋଷ୍ଠୀ ଦିଲ୍ଲୀ ଯାଇ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ଭେଟି ଦାବି ରଖିଥିଲେ ।
ଆଜି ଏକ ମହିଳା ଗୋଷ୍ଠୀ ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଛନ୍ତି । ସେମାନେ ସୋନିଆ ଗାନ୍ଧି ଓ ଅନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏମାନେ ମଧ୍ୟ ନିରଂଜନଙ୍କ ସମ୍ପର୍କରେ ସମାନ ମତ ରଖୁଛନ୍ତି । ତୁରନ୍ତ ସଭାପତି ପଦରୁ ନିରଂଜନଙ୍କୁ ହଟା ନ ଗଲେ ଆଗକୁ ଯେଉଁ ପୌର ନିର୍ବାଚନ ଆସୁଛି ସେଥିରେ ଦଳକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏବେଠାରୁ ନେତୃତ୍ୱ ପରିବର୍ତ୍ତନ କରାଗଲେ ଦଳର ସ୍ଥିତି ସୁଧୁରିଯିବ । ମହମ୍ମଦ ମୋକିମଙ୍କୁ ସଭାପତି କରାଗଲେ ସେ ସବୁ ପ୍ରକାର ସହାୟତା କରିବେ ବୋଲି ମହିଳାମାନେ ମତ ରଖିଛନ୍ତି ।
https://onakhabar.com/2019/11/28/congress-leaders-meet-sonia-gandhi-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking