28.1 C
Bhubaneswar
Friday, March 29, 2024
Homeରାଜନୀତିଆର୍ଥିକ କଟକଣା ବାହାନାରେ ସରକାରୀ ନିଯୁକ୍ତି ବନ୍ଦ ଶିକ୍ଷିତ ବେକାରଙ୍କ ପ୍ରତି ଚରମ ଉପହାସ

ଆର୍ଥିକ କଟକଣା ବାହାନାରେ ସରକାରୀ ନିଯୁକ୍ତି ବନ୍ଦ ଶିକ୍ଷିତ ବେକାରଙ୍କ ପ୍ରତି ଚରମ ଉପହାସ

ଭୁବନେଶ୍ୱର  :. ଏକ ପ୍ରେସ ବାର୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଆଗାମୀ ଦୁଇବର୍ଷ ପାଇଁ ନିଯୁକ୍ତି ବନ୍ଦ ନିଷ୍ପତିକୁ କଟୁ ସମାଲୋଚନା କରିଛନ୍ତି । କୋଭିଡ ମୁକାବିଲାକୁ ନେଇ ରାଜ୍ୟ ସରକାର ସରକାରୀ କାର୍ଯ୍ୟକ୍ରମରେ ଯେଉଁ ଆର୍ଥିକ କଟକଣା ଜାରିକରିଛନ୍ତି ତାହା କେତେକାଂଶରେ ଗ୍ରହଣୀୟ ହେଲେ ମଧ୍ୟ ଶିକ୍ଷିତ ବେକାର ଯୁବକଯୁବତିଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ସଂପୂର୍ଣ୍ଣରୂପେ ବନ୍ଦକରିବା କେବେବି ଗ୍ରହଣୀୟ ନୁହେଁ । ପ୍ରଣିଧାନ ଯୋଗ୍ୟ ଯେ ଖୋଦ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ବର୍ଷକୁ ୨ଲକ୍ଷ କର୍ମନିଯୁକ୍ତି ଯୋଗାଇଦେବା ନେଇ ଆଗରୁ ଘୋଷଣା କରିଥିଲେ । ଆଜିର ଦିନରେ କୋଭିଡ ବିପତି ସମୟରେ ଯେତେବେଳ ସମଗ୍ର ରାଜ୍ୟରେ କର୍ମନିଯୁକ୍ତିର ଘୋର ଅଭାବ ଦେଖାଦେଇଛି ସେ ସମୟରେ ଲୋକଙ୍କୁ କର୍ମନିଯୁକ୍ତି ଦେବା ସରକାରଙ୍କର ପ୍ରାଥମିକତା ହେବା ଉଚିତ୍ ।   ଅନେକ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ଦୀର୍ଘଦିନ ଧରି ସରକାରୀ ଚାକିରୀ ପାଇଁ ଭଲଭାବରେ ପଢ଼ାପଢ଼ିକରି ଯେଉଁ ପ୍ରସ୍ତୁତି ଚଳାଇଥିଲେ, ମୁଖ୍ୟମନ୍ତ୍ରୀଙ୍କର ଏଭଳି ନିଯୁକ୍ତି ବନ୍ଦ ସଂକ୍ରାନ୍ତ ନିଷ୍ପତି ସେମାନଙ୍କୁ ମାନସିକ ସ୍ତରରେ ଆଘାତ ଦେବ । ବର୍ତମାନ ସମୟରେ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଅଣକୁଶଳି, କୁଶଳି ଏବଂ ଅତି କୁଶଳି ଶ୍ରମିକ ମାନଙ୍କର ଓଡ଼ିଶାକୁ ପ୍ରତ୍ୟାବର୍ତନ ହୋଇଛି । ସେମାନେ ସମସ୍ତେ କର୍ମନିଯୁକ୍ତି ଆଶାରେ ସରକାରଙ୍କ ଉପରେ ନିର୍ଭର ଏବଂ ଭରସା କରି ରହିଛନ୍ତି । ମହାତ୍ମା ଗାନ୍ଧୀ ନରେଗା ଯୋଜନା କେବଳ ସମସ୍ତଙ୍କୁ କର୍ମନିଯୁକ୍ତି ଦେବାରେ ଏକମାତ୍ର ବିକଳ୍ପ  ନୁହେଁ ।  ସରକାର ବୁଝିବା ଦରକାର ଯେ ଜୀବିକା ବିପନ୍ନ ହେଲେ ଜୀବନ ବିପନ୍ନ ହେବାର ସମ୍ଭାବନା ସବୁଠାରୁ ଅଧିକ । ତେଣୁ ପରିିସ୍ଥିତିର ବାସ୍ତବତାକୁ ସରକାର ବୁଝନ୍ତୁ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦୁଇବର୍ଷ ପାଇଁ ଯେଉଁ କଟକଣା ଜାରି କରିଛନ୍ତି ତାକୁ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରନ୍ତୁ । ୨୦୧୯ ନିର୍ବାଚନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘରୋଇ କମ୍ପାନୀମାନଙ୍କ ପୁଞ୍ଜିନିବେସକୁ ଓଡ଼ିଶାରେ ସ୍ଥିରନିଶ୍ଚିତ କରିବାପାଇଁ ଓଡ଼ିଶା ନିର୍ମାଣ କନ୍‌ମ୍ପେ୍ଲକ୍ସ ଆୟୋଜନ କରିଥିଲେ ଏବଂ ୪-୫ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଏ ଭିତରେ ଦେଢ଼ ବର୍ଷରୁ ଉର୍ଦ୍ଧ ସମୟ ଅତିକ୍ରାନ୍ତ ହେଲାପରେ ସରକାର କେତେଲୋକଙ୍କୁ ଘୋଷଣା ମୁତାବକ ନିଯୁକ୍ତି ପ୍ରଦାନ କରିଛନ୍ତି ତାହାର ତଥ୍ୟ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ୍ ।  ସରକାରୀ ନିଯୁକ୍ତି ବନ୍ଦ ସଂକ୍ରାନ୍ତରେ  ଓଡ଼ିଶା ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଅନେକ ସରକାରୀ ଚାକିରୀ ଆଶାୟୀ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଅନଶ୍ଚିତତା ଭିତରକୁ ଠେଲିଦେବ ତେଣୁ ଏ ନିଷ୍ପତିର ପୁନଃବିଚାର କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking