16.1 C
Bhubaneswar
Tuesday, December 12, 2023
Homeଓଡିଶାଆଜି ଓ କାଲି ପାଇଁ ପୁରୀରେ ପୋଲିସର ବ୍ୟାପକ ବ୍ୟବସ୍ଥା

ଆଜି ଓ କାଲି ପାଇଁ ପୁରୀରେ ପୋଲିସର ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର : ଆଜି ଓ କାଲି ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ସହରର ପ୍ରତି ସେକ୍ଟର ଦାୟିତ୍ୱରେ ଜଣେ ଇନ୍ସପେକ୍ଟର ମୁତୟନ ରହିବେ । ଜିରୋ ନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କେବଳ ବେଳାଭୂମିରେ ଜଣେ ଡ଼ିଏସପି, ୩ ପ୍ଲାଟୁନ ଫୋର୍ସ, ୨ ଇନ୍ସପେକ୍ଟର ମୁତୟନ ରହିବେ ।

ରାତି ୧୦ଟାରୁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ପ୍ରତି ଛକରେ ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ କଡାକଡି ଭାବେ ପାଳନ କରାଯିବ । ଆଜି ସହରରେ ଥିବା ପ୍ରତ୍ୟେକ ହୋଟେଲ ଯାଞ୍ଚ କରାଯାଉଛି । କୌଣସି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ ।

ସଦର ଓ ଗ୍ରାମାଞ୍ଚଳରେ କଡାକଡି ପୋଲିସ ଏନଫୋର୍ସମେଣ୍ଟ କରାଯାଉଛି । କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ ଜିଲ୍ଲାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ କଡା ନଜର ରଖିବ ପୋଲିସ । ବେଳାଭୂମିରେ ରାତି ୧୦ଟା ପରେ କୌଣସି ପର୍ଯ୍ୟଟକ ରହିପାରିବେ ନାହିଁ । ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking