28.1 C
Bhubaneswar
Thursday, March 28, 2024
Homeଓଡିଶାଭାବି ବରକୁ ବ୍ଲେଡ଼ ମାଡ଼ ! ଅଧା ରହିଗଲା ବାହାଘର, କନ୍ୟାର ପିତା ଥାନରେ ଦ୍ୱାରସ୍ଥ

ଭାବି ବରକୁ ବ୍ଲେଡ଼ ମାଡ଼ ! ଅଧା ରହିଗଲା ବାହାଘର, କନ୍ୟାର ପିତା ଥାନରେ ଦ୍ୱାରସ୍ଥ

ନୀଳଗିରି : ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ବାହାଘରର ନିମନ୍ତ୍ରଣ କାର୍ଡ଼ ବାଣ୍ଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ବ୍ଲେଡ଼ ମାଡ଼ ଘଟଣାରେ ଥାନାରେ ପୃଥକ ଏତଲା ଦାଏର ହୋଇଥିବା ବେଳେ ବାହାଘର ବନ୍ଦ ହୋଇଯିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ବରପକ୍ଷ ଓ ଝିଅ ପକ୍ଷଙ୍କ ସହମତିରେ ପୁଅଝିଅର ବିବାହ ସଂପନ୍ନ ପାଇଁ ସ୍ଥିରକୃତ ହେଲାପରେ ଲଗ୍ନଧରା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେଲାପରେ ଗତ ୧୯-୦୧-୨୦୨୦ ରିଖ ରବିବାର ଦିନ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । ଉଭୟ ପକ୍ଷଙ୍କ ବନ୍ଧୁ ବାନ୍ଧବ ଘରେ ଗୁଆ ପକା ଓ ନିମନ୍ତ୍ରଣ କାର୍ଡ ମଧ୍ୟ ବଂଟା ସରିଥିଲା । ଏପରି ସମସ୍ତ ପ୍ରକାର ସରଞ୍ଜାମ ପାଇଁ ଉଭୟ ପକ୍ଷଙ୍କ ଘର ପକ୍ଷରୁ ଆଡ଼ଭାନସ୍ ଅର୍ଥ ମଧ୍ୟ ଲୋକ ମାନଙ୍କୁ ଦିଆସରିଥିଲା । ରାତି ପାହିଲେ ବାହାଘର, ମାତ୍ର ବାହାଘରଯେ ସବୁଦିନ ପାଇଁ ବନ୍ଦ ହୋଇଯିବ ଝିଅର ବାପା କେବେବି କଳ୍ପନା କରିପାରିନଥିଲା ।
ଚଳଚ୍ଚିତ୍ରର କାହାଣୀପରି ଉକ୍ତ ଘଟଣା ଲାଗୁଥିବା ବେଳେ ଗତ ୧୭-୧-୨୦୨୦ ରିଖ ରାତି ପ୍ରାୟ ୧୦ଟା ସମୟରେ ବିବାହ କରିବାକୁ ଯାଉଥିବା ବରିସାହି ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ଜ୍ୟେଷ୍ଠ ପୁତ୍ର ମନୋଜ ଓରଫ ରାଜୁ ସଜନାଗଡ଼ କାଳିଝାଟି ଗ୍ରାମର ନିଜର ବନ୍ଧୁ ଘରୁ ଗୁଆ ପକାଇ ଫେରୁଥିବା ବେଳେ ଜଙ୍ଗଲ ମଝିରେ ୩ ଜଣ ଅଚିହ୍ନା ଯୁବକ ମନୋଜର ବାଇକ୍‌କୁ ଅଟକାଇ ପିଟାମାରା କରିବା ସହ ବ୍ଲେଡ୍‌ରେ ଶରୀର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ । ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପଳାଇ ଆସିବାରୁ ଯୁବକ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ପରେ ମନୋଜକୁ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ କରାଇଥିଲେ । ଏନେଇ ମନୋଜର ବାପା ନୀଳଗିରି ଥାନାରେ ଅଭିଯୋଗ କରିଥିବା ବେଳେ ରେମୁଣା ଥାନା ଅଧିନସ୍ଥ ଆର୍‌ମଳା ଗ୍ରାମର କନ୍ୟାର ପିତା ଭାଗୀରଥ ସ ଏହା ଏକ କପୋଳକଳ୍ପିତ ଘଟଣା କହିବାସହ ମୋଝିଅକୁ ବିବାହ ନକରିବାର ଚକ୍ରାନ୍ତ ବୋଲି ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଏପଟେ ଯୁବକକୁ ଆକ୍ରମଣ ଘଟଣାଟି ଭିନ୍ନ ମୋଡ଼ ନେଉଥିବା ବେଳେ ପୁଅର ବାପା ଅନ୍ତର୍ଯ୍ୟାମୀ ବେହେରା ଓ ବର ମନୋଜ ବେହେରା ତୁମ ଝିଅ ସହିତ ବିଭାଘର ହେବନାହିଁ ବୋଲି ରୋକଠକ୍ ଝିଅର ବାପା ଭଗୀରଥ ସ କୁ ମନା କରିଥିଲେ । ଝିଅର ବାପା ରାତି ପାହିଲେ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ କରିଥିବା ବେଳେ ପାଖାପାଖି ଆଠ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାର ଥାନାରେ ଅଭିଯୋଗ କରିଅଛି । ଘଟଣାକୁ ନୀଳଗିରି ପୋଲିସ ଗୁରୁତର ସହ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । ଘଟଣାର ପ୍ରଚ୍ଛଦ ପଟର କାହାଣୀ କେବେ ପୋଲିସ୍ ଖୁଲାସା କରିବ ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking